ବିଦ୍ଯୁତ୍ ସ୍ପର୍ଶରେ ବଳଦର ମୃତ୍ୟୁ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ନୁଆଗାଁ ଗ୍ରାମର ବିଲ ପାଖରେ ଥିବା ଟ୍ରାନ୍ସଫର ସଂଲଗ୍ନ ବିଦ୍ୟୁତ୍ ଖୁଣ୍ଟ ସ୍ପର୍ଶରେ ଶନିବାର ଅପରାହ୍ନରେ ଏକ ବଳଦର ମୃତ୍ୟୁ ହୋଇଛି ।ସୂଚନା ଅନୁସାରେ ଗତକାଲି ଅପରାହ୍ନରେ କାଳ ବୈଶାଖୀ ପ୍ରଭାବରେ ଅପରାହ୍ନରେ ପ୍ରବଳ ଝଡ, ତୋଫାନ, ଘଡଘଡି, ବିଜୁଳି ମାରିଥିଲା । ଗାଁ ନିକଟ ଟ୍ରାନ୍ସଫରକୁ ବିଜୁଳି ମାରିଥିଲା ।ଠିକାଦାର ଓ ବିଦ୍ୟୁତ୍ ଯନ୍ତ୍ରୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଟ୍ରାନ୍ସପୋର୍ଟ ସଂଲଗ୍ନ ବିଦ୍ୟୁତ୍ ଖୁଣ୍ଟରେ ନିମ୍ନମାନର ଆର୍ଥିଂ କରା ଯାଇଥିଲା । ଯାହାଫଳରେ ବିଦ୍ୟୁତ୍ ଖୁଣ୍ଟି ଆର୍ଥୀଂ ହୋଇ ଚାର୍ଜ ହୋଇଯାଇଥିଲା ।ବଳଦଟି ଝଡ ଭୟରେ ଖୁଣ୍ଟ ପାଖକୁ ଯାଇ ବିଦ୍ୟୁତ୍ ସ୍ପର୍ଶରେ ଆସି ଘଟଣାସ୍ଥଳରେ ମରି ଯାଇଥିଲା ।ବଳଦର ମାଲିକ ଉପେନ୍ଦ୍ର ମହାନ୍ତ ଅତି ଗରିବ ଶ୍ରେଣୀର । ଆଗକୁ ଚାଷ କାମ ହେବ ।ବଳଦଟି ମରିଯାଗଥିବାରୁ ସେ କାନ୍ଦି ପକାଇଥିଲେ । ଆଗକୁ କେମିତି ଚାଷ କରିବେ ।କରୋନା ପାଇଁ ସବୁ ପଇସାପତ୍ର ସରିଗଲାଣି ।ବଳଦ କିଣିବା ପାଇଁ ଫୁଟି କଉଡିଟିଏ ଅଣ୍ଟାରେ ନାହିଁ ।ବିଲରେ ବଳଦ ପାଖରେ ବିଚରା ଚାଷୀ କାନ୍ଦି କାନ୍ଦି ଗଡ଼ି ଯାଉଥିଲା । ପ୍ରଶାସନ ପକ୍ଷରୁ ତାଙ୍କୁ ବଳଦ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।