ବିଦ୍ଯୁତ୍ ସ୍ପର୍ଶରେ ଶ୍ରମିକ ଗୁରୁତର
ରାଇରଙ୍ଗପୁର,(ଅକ୍ଷୟ ବିଶ୍ବାଳ):ମୟୁରଭଞ୍ଜ ଜିଲ୍ଲାର ବହଳଦା’ ଥାନା ଅନ୍ତର୍ଗତ ଅସନା ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଗୁରୁତର ହୋଇଥିବା ବେଳେ ଆଉ ଜଣେ ଅଳ୍ପକେ ବର୍ତ୍ତିବା ଭଳି ଏକ ଦୁଃଖଦ ଦୁର୍ଘଟଣା ଘଟିଯାଇଛି । ପ୍ରକାଶ ଥାଉକି ରବିବାର ଦିନ ଅପରାହ୍ନରେ ଅସନା ଗ୍ରାମରେ ଦୁଇ ଜଣ ଶ୍ରମିକ ରାମଦାସ ମୁର୍ମୁ ଏବଂ ମୁନା ହେମ୍ବ୍ରମ ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ହଠାତ୍ ବିଦ୍ୟୁତ୍ ସ୍ପର୍ଶରେ ଆସି ରାମଦାସ ମୁର୍ମୁ ଗୁରୁତର ହୋଇଥିଲେ । ରାମଦାସ ମୁର୍ମୁ ଙ୍କ ହାତ,ପେଟ,ବାମଗୋଡ,ଜଙ୍ଘ ପୋଡ଼ି ଯାଇଥିଲା ଓ ସେ ତଳେ ଖସି ପଡ଼ି ଚେତାଶୂନ୍ଯ ହୋଇ ପଡ଼ିଥିଲେ ।ମୁନା ହେମ୍ବ୍ରମ ଛିଟିକି ପଡ଼ି ଅଳ୍ପକେ ବର୍ତ୍ତି ଯାଇଥିଲେ ।ପରେ ଆହତଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।