ବିଦ୍ୟାଥ୍ରୀଙ୍କ ଦ୍ୱାରା ସୈନିକ ଭାଇଙ୍କ ପାଇଁ ରାକ୍ଷୀ ଟିଏ କାର୍ଯ୍ୟକ୍ରମ

ବୁଗୁଡା,(ଅନିଲ କୁମାର ମହାରଣା):ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୁଲ୍ୟରେ ଶ୍ରୀକର ଭଞ୍ଜ ଓପନ ୟୁନିଟ୍ ପକ୍ଷରୁରୁ ସୈନିକ ଭାଇଙ୍କ ପାଇଁ ରାକ୍ଷୀ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପ୍ରକାରେ ଚଳିତ ବର୍ଷ ମଧ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡ୍ସ ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ସୈନିକ ଭାଇମାନଙ୍କ ପାଇଁ ରାକ୍ଷୀ ପଠାଇବା ବ୍ୟବସ୍ଥା ହୋଇଛି। ଅଗଷ୍ଟ ୧୧ ତାରିଖ ଦିନ ଭାରତ ସ୍କାଉଟସ ଓ ଗାଇଡ୍ସ ପକ୍ଷରୁ କେ.ଅମ୍ରିତ କୁମାର ପାତ୍ର, ଆଶୁତୋଷ ମହାପାତ୍ର,ଚନ୍ଦନ କୁମାର ସ୍ୱାଇଁ, ତୋଫାନ ବିଷୋୟୀ, ଦୀପକ ଜେନା, ଶ୍ରୀୟାଂଶି ଲକ୍ଷ୍ମୀ ସାହୁ, ଲିନା କୁମାରୀ ଗୌଡ଼, ଲିଜରାଣୀ ଗୌଡ଼, ରଚନା ମୁଳି, ଶୃତିଶିକ୍ଷା ପାଣି, ବନିତା ଗୌଡ଼, କେ.ପୁଷ୍ପା ପାତ୍ର ଓ ସୃତିମୟୀ ସାହୁ ବୁଗୁଡା ଶ୍ରୀ ବଳଦେବ ସ୍ୱାମୀ ମନ୍ଦିରକୁ ଯାଇ ସୈନିକ ଭାଇ ମାନଙ୍କ ଦୀର୍ଘାୟୁ କାମନା କରି ରାକ୍ଷୀ ଗୁଡିକୁ ପୂଜାର୍ଚ୍ଚନା କରିଥିଲେ। ଆଜି ରବିବାର ହୋଇଥିବା ଯୋଗୁଁ ଆସନ୍ତା କାଲି ପୋଷ୍ଟରେ ରାକ୍ଷୀ ଗୁଡିକ ସୈନିକ କାର୍ଯ୍ୟାଳୟକୁ ପଠାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ