ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ଧରାବତରଣ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ମାଘ ମାସ ଶୁକ୍ଳ ପକ୍ଷ ବସନ୍ତ ପଂଚମୀ ତିଥୀରେ ବିଦ୍ୟାଦାତ୍ରୀ ମା ସରସ୍ୱତୀ ଧରାବତରଣ କରି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପୂଜିତ ହୋଇଛନ୍ତି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆଧ୍ୟାତ୍ମିକ ପରିବେଷ ମଧ୍ୟରେ ଉତ୍ସାହ ଓ ଉଦ୍ଧିପନାର ସହ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରାଯାଇଛି । ମା’ ସରସ୍ୱତୀଙ୍କ ଅସ୍ଥାୟୀ ପୂଜା ମଣ୍ଡପ ଗୁଡ଼ିକ ରଙ୍ଗବେରଙ୍ଗ ଆଲୋକମାଳାରେ ଝଳସି ଉଠିଥିଲା ।ଶିକ୍ଷାର୍ଥୀ ମାନେ ନୂତନ ବସ୍ତ୍ର ପରିଧାନ କରି ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରିଥିଲେ । ବହୁ ଶିକ୍ଷାନୁଷ୍ଠାନରେ କୋମଳମତି ଶିଶୁ ମାନଙ୍କୁ ସେମାନଙ୍କ ଅଭିଭାବକ ମାନେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଖଡ଼ିଛୁଆଁ ସହ ଶିକ୍ଷା ଅଧ୍ୟୟନ କାର୍ଯ୍ୟ ଆରମ୍ଭ କରିଥିଲେ । 

ହିଞ୍ଜିଳିକାଟୁ ପୌରାଂଚଳର ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ, ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ, ସରକାରୀ ବୃନ୍ଦାବନ ବିଦ୍ୟାଳୟ, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଓଁ ଶ୍ରୀ ଇଂଟର ନ୍ୟାସନାଲ ସ୍କୁଲ, ଧରିତ୍ରୀ ପବ୍ଳିକ ସ୍କୁଲ, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର, ପ୍ରଭୁପାଦ ବିଦ୍ୟା ମନ୍ଦିର, ବଡ଼ଖଣ୍ଡି ସତ୍ୟଭାମା ବିଦ୍ୟାପିଠ, ପୋଡ଼ିଙ୍ଗି ଶ୍ୟାମଳାଇ ବିଦ୍ୟାପିଠ, ବୁରୁପଡ଼ା ଭଗବତି ବିଦ୍ୟାପିଠ, ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଦୁର୍ବନ୍ଧ ପଂଚାୟତ ଉଚ୍ଚ ବିଦ୍ୟାଳୟ, ପୋଚିଲିମା ଖାମ୍ବେୟା ଦୋରା କନିଷ୍ଠ ମହାବିଦ୍ୟାଳୟ,ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ବୃନ୍ଦାବନ ନାୟକ ଇଁରାଜୀ ମାଧ୍ୟମ ବିଦ୍ୟାଳୟ, ବେଲଗାଁ ବେଲେଶ୍ୱର ଉଚ୍ଚ ବିଦ୍ୟାଳୟ ସମେତ ନିକଟବର୍ତି ଅଂଚଳର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମହା ଆଡ଼ମ୍ବର ସହକାରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ