ବିଦ୍ୟାଧରପୁରରେ ପୁସ୍ତକ ଉନ୍ମୋଚନ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ ) : ବିଦ୍ୟାଧରପୁର ଠାରେ ନହରିପାତ୍ରଙ୍କ ଲିଖିତ ପୁସ୍ତକ ‘ହିଡବାବୁ’ର ଉନ୍ମାଚନ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ବିକାଶମଞ୍ଚର ସଭାପତି ପର୍ଶୁରାମ ପେଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଉଦଘାଟକ ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର, ମୁଖ୍ୟ ବକ୍ତା ଭାବେ ବନ୍ତ କଲେଜର ପୁର୍ବତନ ଅଧ୍ୟକ୍ଷ ଡଃ ଶଭେନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଜଗନ୍ନାଥ ପାତ୍ର, ପୁର୍ବତନ ଜିଲ୍ଲାପରିଷଦ ସୋମନାଥ ଦାସ, କବୟତ୍ରୀ ହାସ୍ୟମୟୀ ରାଜ, ପୁର୍ବର୍ତନ ବିିଇଓ ସୁରଥ କୁମାର ସାହୁ, ଶିକ୍ଷାବିତ ଅନ୍ତର୍ଯ୍ୟାମୀ ରାଉତ, ଆଞ୍ଚଳିକ ବିକାଶ ମଞ୍ଚର ସମ୍ପାଦକ ବିଦ୍ୟାଧର ପୁହାଣ ପ୍ରମୁଖ ଯୋଗଦେଇ ସାହିତ୍ୟ ହିଁ ସମାଜ ଓ ସଂସ୍କୃତିର ବିକାଶ ପାଇଁ ମୁଳ ଆଧାର ବୋଲି ମତବ୍ୟକ୍ତ କରିଥିଲେ । ସମାଜକୁ ଦିଗଦର୍ଶନ ଦେବାରେ ଗ୍ରାମାଞ୍ଚର ସାହିତ୍ୟ ଓ ସଂସ୍କୃତିର ଭୁମିକା ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବୋଲି ମତ ଦେବାସହ ଆଜିର ଯୁବପିଢ଼ୀ ଓଡିଆ ଭାଷା ସାହିତ୍ୟ ପ୍ରତି ଯତ୍ନବାନ ହେବା ଜରୁରୀ ମତ ଦେଇଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ନରହରି ପାତ୍ରଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ହିଡବାବୁ’ ପୁସ୍ତକକୁ ଲୋକର୍ପଣ କରାଯିବା ସହ ସାହିତ୍ୟକ, ସମାଜସେବୀ, ଲେଖକ, କବି, କୃତ୍ତି ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ନାରାୟଣ ଚନ୍ଦ୍ର ଲେଙ୍କା, ମୋହନ କୁମାର ମହାନ୍ତି, ଦିପ୍ତୀ ଦେଦର୍ଶନୀ ସୁତାର, ଶଙ୍ଖାଳି ଚରଣ ରାଉଳ, ସୁନନ୍ଦା ସ୍ୱାଇଁ, ଅମୀୟ ଘଡେଇ, ପ୍ରଣବ ମହାନ୍ତି, ବୈଲୋଚନ ନାୟକ, ବୈଷ୍ଣବ ଚରଣ ପୁହାଣ, ତ୍ରିଲୋଚନ ପହି, ବୈକୁଣ୍ଠ ନାୟକଙ୍କ ଙ୍କ ସମେତ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ