ବିଦ୍ୟାଧରପୁରରେ ବେନିୟମ ମଦ ଦୋକାନକୁ ବନ୍ଦ କଲା ପ୍ରଶାସନ

ହାଟଡିହି, (ବିକାଶ ବିଶ୍ୱାଳ):ବିଦ୍ୟାଧରପୁରରେ ଥିବା ସରକାରୀ ବିଦେଶୀ ମଦ ଦୋକାନକୁ ବନ୍ଦ କରିଛି ପ୍ରଶାସନ । ଏହି ମଦ ଦୋକାନଟି ବେନିୟମ ଭାବେ ନୟନଜୋରୀରେ ସରକାରୀ ଜମି ଉପରେ ହୋଇଥିବାରୁ ଏହାକୁ ବନ୍ଦ କରିବାପାଇଁ ବାଲିବରେଇ ପଞ୍ଚାୟତର ସରପଞ୍ଚ ଗତ ଜାନୁୟାରୀ ମାସରେ ଜିଲ୍ଲାପାଳ ଓ ଅବକାରୀ ବିଭାଗକୁ ନିବେଦନ କରିଥିଲେ । କେନ୍ଦୁଝର ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ହାଟଡିହି ତହସିଲ ପକ୍ଷରୁ ଏହାର ତଦନ୍ତ କରାଯାଇ ଏହି ସରକାରୀ ସ୍ୱିକୃତିପ୍ରାପ୍ତ ମଦଦୋକାନଟି ବାଲିବରେଇ ମୌଜାର ସୁରଥ ପାତ୍ର ଓ ନିତ୍ୟାନନ୍ଦ ପାତ୍ରଙ୍କ ଖାତା ନଂ- ୫୩୫ ପ୍ଲଟ ନଂ- ୧୫୨୪/୪୦୧୪ ରେ ହୋଇଥିବା ଦର୍ଶାଇ ଏକ ସତ୍ୟପାଠ ଜରିଆରେ ମଦଦୋକାନ ଖୋଲା ଯାଇଥିଲା । କିନ୍ତୁ ତଦନ୍ତ ବେଳେ ଏହା ଖାତା ନଂ-୧ ପ୍ଲଟ ନଂ-୧୫୨ ଏରିଆ ୯ଡିସିମିଲ ରେ ମଦଦୋକାନଟି ଅଛି । ଯାହାର କିସମ ନୟନଯୋରୀ ଅଟେ । ଯାହାକି ଜଳସମ୍ପଦ ବିଭାଗ ଓ ବିଦୁ୍ୟତ ବିଭାଗ ନାମରେ ଅଛି ବୋଲି ତହସିଲ ପକ୍ଷରୁ ରିପୋର୍ଟ ଦିଆଯାଇଥିଲା । ଓଡିଶା ଏକ୍ସାଇଜ ରୁଲ ୨୭(ଡି) ୨୦୧୭ ଅନୁଯାଇ କୌଣସି ମଦଦୋକାନ ସରକାରୀ ଜମି ଉପରେ ହୋଇପାରିବ ନାହିଁ ବୋଲି ନିୟମ ରହିଛି । ସେହି ଦୃଷ୍ଟି କୋଣରୁ ଜିଲ୍ଲାପାଳଙ୍କ ଚିଠିନଂ ୨୧୫୫ ତା ୧୧/୦୮/୨୦୨୩ ଅନୁଯାଇ କେନ୍ଦୁଝର ଅବକାରୀ ଅଧିକ୍ଷକଙ୍କ ନିଦେ୍ର୍ଦଶରେ ହାଟଡିହି ଅବକାରୀ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ନାୟକ ଗତକାଲି ସନ୍ଧ୍ୟାରେ ଉକ୍ତ ବିଦେଶୀମଦ ଦୋକାନକୁ ସିଲ କରିଛନ୍ତି । ଜିଲ୍ଲାପ୍ରଶାସନର ଏପରି ନିଦେ୍ର୍ଦଶକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ