ବିଦ୍ୟାପୀଠରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ) : ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ତରାପୁର ପାହାଡପୁର ମଠ ସନ୍ନିକଟ ଗୋବର୍ଦ୍ଧନ ବିଦ୍ୟାପୀଠ ପରିସରରେ ଚକ୍ରୋଡା, ଭରତପୁର ଓ ଶ୍ୟାମସୁନ୍ଦରପୁର ପଂଚାୟତର ଗରୀବ ଜନସାଧାରଣଙ୍କ ନିମନ୍ତେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର କଟକ ବିଡାନାସୀର ରୋଟାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ । ଏହି ଶିବିରରେ ୭୨ଜଣଙ୍କର ଚକ୍ଷୁ ମାଗଣାରେ ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୨୧ଜଣଙ୍କୁ କଟକ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ଅସ୍ର୍ତ୍ରୋପ୍ରଚାର ନିମନ୍ତେ ଏକ ସ୍ୱତନ୍ତ୍ର ଗାଡିରେ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡିର ଉପସଭାପତି ପ୍ରଦୀପ୍ତ ମହାନ୍ତି(ପୀରଭାଇ), ପୂର୍ବତନ ବିଜୁ କୃଷକ ଜନତାଦଳର ଜିଲ୍ଲା ସଭାପତି ସୈାମେନ୍ଦ୍ର ଦାସ, ୱାର୍ଡସଭ୍ୟ ସାଧୁଚରଣ ଦାସ, ଅଖିଳ କୁମାର ସାହୁ, ସୁଶାନ୍ତ ବାରିକ, ଚନ୍ଦ୍ରମଣୀ ବାରିକ, ନଟବର ଦାସ, ରଘୁନାଥ ବେହେରା, କାଳନ୍ଦି ବେହେରା, ସଞ୍ଜୀବ ଦାସ, ଦୋଳଗୋବିନ୍ଦ ସାମଲ, କୈଳାସ ମହାନ୍ତି, ଭରତ ଚନ୍ଦ୍ର ସ୍ୱାଇଁ, ସେକ ଆୟୁବ, ବଟକୃଷ୍ଣ ବେହେରା, ରମେଶ ଚନ୍ଦ୍ର ସ୍ୱାଇଁ, ମନୋଜ ଦାସ, ଅବଦୁଲ କରିମ, ଦୋଳଗୋବିନ୍ଦ ବାରିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ