ବିଦ୍ୟାଭାରତୀ ପୁସ୍ତକ ସପ୍ତାହ୨୦୨୪’ର ୩ୟ ସନ୍ଧ୍ୟା ଅନୁଷ୍ଠିତ

ବାଲେଶ୍ବର, (ସରୋଜ ପଣ୍ଡା):ବାଲେଶ୍ବରରେ ‘ବିଦ୍ୟାଭାରତୀ’ ଓ ‘ବହିଘର’ ପ୍ରକାଶନ ପ୍ରତିଷ୍ଠାନ ଆନୁକୂଲ୍ୟରେ ‘ବହିଘର ଲାଇବ୍ରେରୀ’ର ଶୁଭାରମ୍ଭ ପରିପ୍ରେକ୍ଷୀରେ ଆରମ୍ଭ ହୋଇଥିବା ‘ବିଦ୍ୟାଭାରତୀ ପୁସ୍ତକ ସପ୍ତାହ:୨୦୨୪’ର ୩ୟ ଦିବସରେ ‘ମୁଁ କାହିଁକି ଲେଖେ’, ‘ମୋର ପ୍ରିୟ ଲେଖକ ଓ ପ୍ରିୟ ପୁ୍ସ୍ତକ’ ଶୀର୍ଷକରେ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଭୟ ଦାସଙ୍କ ସଭାପତିତ୍ବ ଓ ଗଗନ ସେଠୀଙ୍କ ସଂଯୋଜନାରେ ଏହି ଆଲୋଚନାଚକ୍ର ଓ କବିତାପଠରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ, ବ୍ରଜେନ୍ଦ୍ର ଗିରି, ମୁଖ୍ୟ ବକ୍ତା ଭାବରେ ଫକୀରମୋହନ ବିଶ୍ବବିଦ୍ୟାଳୟର ଭାଷାସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ଦେବାଶିଷ ପାତ୍ର, ଆଲୋଚକ ଭାବରେ ସୋର କଲେଜର ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ଅମ୍ବରୀଶ ଦିଣ୍ଡା, ସାହିତ୍ୟିକ କାଳୀକିଙ୍କର ଦାସ,ଶିଳ୍ପୋଦ୍ୟୋଗୀ ତଥା ଗାଳ୍ପିକ ଶୋଭେନ୍ଦ୍ର ଦାଶ, କବି ଉତ୍ପଳ ମହାନ୍ତି, କବି ଆଲୋକ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ‘ବହିଘର’ର ନିର୍ଦ୍ଦେଶିକା ମଞ୍ଜୁଲତା ବଳ ପ୍ରାରମ୍ଭରେ ଜଗନ୍ନାଥ ଭଜନ ପରିବେଷଣ କରିଥିବା ବେଳେ କବି ଦେବାଶିଷ ପଣ୍ଡା ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ