ବିଦ୍ୟାର୍ଥିଙ୍କୁ ମାସ୍କ ପ୍ରଦାନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଶାରଦା ବିଦ୍ୟାମନ୍ଦିରରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ମାସ୍କ ପ୍ରଦାନ କରାଯାଇଛି । ବର୍ତ୍ତମାନ ବିଦ୍ୟାଳୟ ବନ୍ଦ ଥିଲେ ସୁଦ୍ଧା କରୋନା ସଂକ୍ରମଣରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ତଥା ସମାଜସେବୀ ନାରାୟଣ ପ୍ରସାଦ ସାହୁ ଏହି ମାସ୍କ ପ୍ରଦାନ କରିଛନ୍ତି । ପ୍ରଧାନଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ମାସ୍କ ବିତରଣ କରିଥିଲେ । ଏଥିରେ ପବନ କୁମାର ନାୟକ, ନିତ୍ୟାନନ୍ଦ ସେନାପତି, କେଶବ ଚନ୍ଦ୍ର ସେଠୀ ସହଯୋଗ କରିଥିଲେ । ଏହା ସହିତ ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ମଧ୍ୟ ମାସ୍କ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ