ବିଦ୍ୟାର୍ଥୀମାନଙ୍କୁ ଇଫକୋ ଲେଡିଜ୍ କ୍ଲବ୍ ପକ୍ଷରୁ ପଠନ ସାମଗ୍ରୀ ପ୍ରଦାନ

ପାରାଦୀପ, (ପୀତବାସ ପ୍ରଧାନ) :-ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ଅନ୍ତର୍ଗତ ଢିଙ୍କିଆ, ନୂଆଗାଁ ଓ ଗଡକୁଜଙ୍ଗ ପଂଚାୟତରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିଛି ଜେ.ଏସ୍‌.ଡବ୍ଲ୍ୟୁ କମ୍ପାନୀ । ଏହି ଅଙ୍ଗନବାଡି କେନ୍ଦ୍ର ଗୁଡିକୁ କମ୍ପାଣି ପକ୍ଷରୁ ଖେଳ ସାମଗ୍ରୀ ଓ ଅନ୍ୟାନ୍ୟ ଆସବାବପତ୍ର ପ୍ରଦାନ କରାଯାଇଛି । ଜେ.ଏସ୍‌.ଡବ୍ଲ୍ୟୁ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ ଆଧାରରେ ମୋଟ୍ ୧୫ ଗୋଟି ଅଙ୍ଗନବାଡି କେନ୍ଦ୍ରକୁ ରଙ୍ଗୀନ କରିବା ସହ ପିଲାମାନଙ୍କୁ ଆକର୍ଷିତ କରିବା ଭଳି ଛବିମାନ ଅଙ୍କାଯାଇଥିବା ଜେ.ଏସ୍‌.ଡବ୍ଲ୍ୟୂ ପକ୍ଷରୁ ପ୍ରେସ୍ ଇସ୍ତାହାରରୁ ସୂଚନା ମିଳିଛି । ପିଲାମାନଙ୍କ ନିମନ୍ତେ ଷ୍ଟିଲ୍ ଥାଳି, ଚାମଚ, ସ୍କୁଲ ବ୍ୟାଗ ଆଦି ପ୍ରଦାନ କରାଯାଇଛି । ଏହି ସବୁ ଅଙ୍ଗନବାଡି କେନ୍ଦ୍ରରେ ୩ରୁ୫ ବର୍ଷ ମଧ୍ୟରେ ପ୍ରାୟ ୩୫୦ ପିଲା ପାଠ ପଢୁଛନ୍ତି । ପିଲାମାନେ ଆଗ୍ରହର ସହିତ ପାଠ ପଢିବା ସହିତ ଖେଳି ଖୁସି ହେଉଥିବା ଅଙ୍ଗନବାଡି କେନ୍ଦ୍ରର ଶିକ୍ଷୟତ୍ରୀମାନେ କହିଛନ୍ତି । ଅଭିଭାବକମାନେ ଜେ.ଏସ୍‌.ଡବ୍ଲ୍ୟୁ ର ଏହି ସହଯୋଗ ନିମନ୍ତେ ଖୁସି ଜାହିର କରିଛନ୍ତି । ଆଗାମୀ ଦିନରେ ଜେ.ଏସ୍‌.ଡବ୍ଲ୍ୟୁ ଏହି ଭଳି ଭାବେ ବିଭିନ୍ନ ବିଦ୍ୟାଳୟର ଉନ୍ନତିକରଣ ଓ ଶିକ୍ଷାୟତନର ବିକାଶ ପାଇଁ ପଦକ୍ଷେପ ନେବାର କାଯଙୟକ୍ରମ ଥିବା ନେଇ ପ୍ରକାଶିତ ପ୍ରେସ୍ ଇସ୍ତାହାରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ