ବିଦ୍ୟାଳୟକୁ ଅଚାନକ ଗସ୍ତ କରି ଛାତ୍ରଛାତ୍ରୀ ଙ୍କୁ ପାଠ ପଢ଼ାଇଲେ ଛତ୍ରପୁର ବିଧାୟକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଅଚାନକ ମାରାଥନ ଗ୍ରସ୍ତ କରି ଗଂଜାମ ବ୍ଲକ ର ପାଳିବନ୍ଧ ଏବଂ ହୁମା ଗ୍ରାମପଞ୍ଚାୟତ ଅଧିନସ୍ଥ ବିଦ୍ୟାଳୟ କୁ ଗସ୍ତ କରି ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି। ପ୍ରଥମେ ପାଳିବନ୍ଧ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଆବସିକା ବିଦ୍ୟାଳୟ ଯାଇ ହଷ୍ଟେଲ ର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ । ପିଲାଙ୍କ ଖାଇବା ପିଇବା ସଠିକ ଚାଲିଛି କି ନାହିଁ , ପିଲାଙ୍କ ସ୍ୱାସ୍ଥ୍ୟ ଠିକ ଅଛି କି ନାହିଁ ,ମସାରି ବ୍ୟବସ୍ଥା ଆଦି ପଚାରି ବୁଝିଥିଲେ ।ପରେ ପାଳିବନ୍ଧ ଉଚ୍ଚ ବିଦ୍ୟାଳୟ ପ୍ରିଦର୍ଶନରେ ଯାଇ ପିଲାଙ୍କ ମଧ୍ୟାହ୍ନଭୋଜନ ଯାଞ୍ଚ କରିବା ସହ ପିଲାଙ୍କୁ ସାଧାରଣ ଜ୍ଞାନ ପଚାରି ବୁଝିଥିଲେ । ପରେ ହୁମା ସ୍ଥିତ ସରକାରୀ ଅନୁସୂଚିତ ଜନ ଜାତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଯାଇ ସିଧାସଳଖ ପିଲାଙ୍କ ସହ ପାଠ ପଚାରି ବୁଝିଥିଲେ ଏବଂ ମଧ୍ୟାହ୍ନ ଭୋଜନ , ଶିକ୍ଷଣ ସ୍ଥର , ଏବଂ ପିଲାଙ୍କ ଉପସ୍ଥିତି ଓ ପାଠ ପଢା ଶୈଳୀ ଉପରେ ପଚାରି ବୁଝିବା ସହ ନିଜେ ପିଲାଙ୍କୁ ସାହାଯ୍ୟରେ ପାଠ ତଥା ,ବିଜ୍ଞାନ ସାଧାରଣ ଜ୍ଞାନ , ପରୀକ୍ଷା କରିଥିଲେ । ତେଣୁ ବିଧାୟକ ଙ୍କ ଏହିଭଳି ଶିକ୍ଷା ଅନୁଷ୍ଠାନ ପ୍ରତି ପରିଭ୍ରମଣ କୁ ନେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ସହ ଅଞ୍ଚଳରେ ଶିକ୍ଷାର ସଚେତନତା ଜାଗୃତ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ହେଉଥିବା ଜଣାପଡିଛି ।