ବିଦ୍ୟାଳୟକୁ ଅସୁନି ବହୁ ମାସ ହେଲା ମଧ୍ୟାହ୍ନ ଭୋଜନ ଚାଉଳ : ପ୍ରଶାସନିକ ଅଧିକାରୀ ଚୁପ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକ କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେଲା ବନ୍ଦ ହୋଇ ରହିଥିଲା । ଯାହାଦ୍ୱାରା ମଧ୍ୟାହ୍ନ ଭୋଜନ ଓ ଅର୍ଥ ସିଧା ସଳଖ ପିଲା ଙ୍କୁ ବଣ୍ଟନ କରାଯାଉଥିଲା । ବର୍ତ୍ତମାନ ରାଜ୍ୟ ସରକାର ବିଦ୍ୟାଳୟ ଖୋଲିବା ସହ ମଧ୍ୟାହ୍ନ ଭୋଜନ ରାନ୍ଧି ପିଲାଙ୍କୁ ଦେବା ପାଇଁ ଘୋଷଣା କରିବା ପରେ ବିଭିନ୍ନ ବିଦ୍ୟାଳୟରେ ଆରମ୍ଭ ହୋଇଛି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ହେଲେ ମୋହନା ବ୍ଲକର ୩୯ଟି ପଞ୍ଚାୟତ ପାଇଁ ଠିକା ନେଇଥିବା ସଂସ୍ଥା କିଛି ଦିନ ଚାଉଳ ,ଡାଲି ଯୋଗାଇ ଆସିଥିଲା । ବର୍ତ୍ତମାନ କିଛି ଦିନ ହେଲା ଯୋଗାଣ ବନ୍ଦ ରହିଛି । ଯାହାଦ୍ୱାରା ମୋହନା ବ୍ଲକର ଅନେକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ, ଡାଲି ସରିଯାଇଥିବାରୁ ପିଲାଙ୍କୁ ଯୋଗାଣ ହେଉନି । କେଉଁଠି ଶିକ୍ଷକ ଶିକ୍ଷୟିତ୍ରୀ ହାତରୁ ଟଙ୍କା ଦେଇ ଚାଉଳ, ଡାଲି ଆଣି ରୋଷେଇ କରି ଦେଉଛନ୍ତି ତ ଆଉ କେଉଁଠି ବିଦ୍ୟାଳୟ କମିଟିକୁ ଜଣାଇ ମଧ୍ୟାହ୍ନ ଭୋଜନ ବନ୍ଦ କରିଦିଆଯଇଛି । ମଧ୍ୟାହ୍ନ ଭୋଜନ ଚାଉଳ ସରିଯାଇଥିବା ନେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବହୁ ବାର ପ୍ରଶାସନ ଓ ଠିକା ସଂସ୍ଥାକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ଅପରପକ୍ଷେ ଠିକା ସଂସ୍ଥା ନେଇଥିବା ବାବୁ ଜଣକ କହିଛନ୍ତି ମୋ ପାଖରେ ଚାଉଳ ନାହିଁ । ମୁଁ କେଉଁଠୁ ଆଣି ଦେବି ? ଏଣୁ ପ୍ରଶାସନ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ତୁରନ୍ତ ଦେବା ପାଇଁ ଅବିଭାବକ ମହଲରେ ଦୃଢ ଦାବୀ ହୋଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ