ବିଦ୍ୟାଳୟକୁ ପରିଦର୍ଶନ କଲେ ଅଧିକାରୀ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ରାଜ୍ୟ ସରକାର ବିଭିନ୍ନ ବିଦ୍ୟାଳୟର ମିଶ୍ରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଏନେଇ ବିଭିନ୍ନ ସ୍ଥାନରେ ବିରୋଧାଭାଷ ଦେଖାଦେଇଛି । ଏହିପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ୨୮ଗୋଟି ବିଦ୍ୟାଳୟ ବନ୍ଦ ହେବାନେଇ ଜଣାପଡିବା ପରେ ଅଭିଭାବକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ନିଜ ଗାଁର ବିଦ୍ୟାଳୟକୁ ବନ୍ଦ ନକରିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଲିଖିତ ଭାବେ ପ୍ରଶାସନକୁ ଜଣାଇଛନ୍ତି । ଏହାପରେ ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢୀଙ୍କ ନିର୍ଦ୍ଦେଶକ୍ରମେ ସିଆରସିସି ସୁନାକର ଧଳ ଆଜି ନେଉଳିଆ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ । ସେଠାରେ ବିଦ୍ୟାଳୟ ବନ୍ଦ ହେବା ସମ୍ପର୍କରେ ଅଭିଭାବକମାନଙ୍କ ଠାରୁ ମତାମତ ସଂଗ୍ରହକରିଥିଲେ । ବିଦ୍ୟାଳୟ ବନ୍ଦ ହେଲେ କୋମଳମତୀ ଛାତ୍ରଛାତ୍ରୀମାନେ କେଉଁଭଳି ଅସୁବିଧାର ସମ୍ମୁଖୀନ ହେବେ ସେନେଇ ମତାମତ ଗ୍ରହଣ କରିଥିବାବେଳେ ଶ୍ରୀଧଳ ବ୍ଲକ ଶିକ୍ଷାଧିାକାରୀଙ୍କୁ ଏହାକୁ ପ୍ରଦାନ କରିଥିବା ଜଣାଯାଇଛି । ଏପଟେ ବିଦ୍ୟାଳୟ ବନ୍ଦ ହେଲେ ଅଭିଭାବକମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ