ବିଦ୍ୟାଳୟକୁ ସବୁଜିମା ପାଇଁ ସଂକଳ୍ପ,ସତ୍ୟସାଇସେବା ପରିଷଦ ପକ୍ଷରୁ ବୃକ୍ଷରୋପଣ
କୋଣାର୍କ, (ଗଣେଶ ବେହେରା):କୋଣାର୍କ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସତ୍ୟସାଇ ସେବା ପରିଷଦ, ଜାତୀୟ ସବୁଜ ବାହିନୀ ଓ ପୁରୀଜିଲ୍ଲା ନେହେରୁ ଯୁବ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସ୍ବଚ୍ଛତା ରଖିବା ସହ କୋଣାର୍କ ଅଂଚଳର ସମସ୍ତ ବିଦ୍ୟାଳୟରେ ସବୁଜିମା ଫେରାଇ ଆଣିବା ପାଇଁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଯୁବକମାନେ ଶପଥପାଠ କରିଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ ବନ୍ଯପ୍ରାଣୀ ବନାଚଂଳ ଅଧିକାରୀ ବେଣୁଧର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସୋଲାରର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶ, ସିମିଳି ସମିତି ସଭ୍ୟ ବିଶ୍ବଜିତ ସ୍ବାଇଁ, ସାମ୍ବାଦିକ ଅଜିତମଲ୍ଲିକ, ସମାଜସେବୀ ରାମକୃଷ୍ଣ ମହାନ୍ତି, ସମିତିର ଆବାହକ ବାମଦେବ ଆଳୁକ, ବରିଷ୍ଠ ସାମ୍ବାଦିକ ରାଜେଶ କୁମାର ମହାନ୍ତି, ଚମ୍ପାହର ଅଗ୍ନିସମ ଅଧିକାରୀ ତୃଷାରକାନ୍ତ ପରିଜା, ଜାତୀୟ ସବୁଜ ବାହିନୀ ଅଧିକାରୀ ସୂର୍ଯ୍ୟକାନ୍ତ ମିଶ୍ର, ପରିଷଦର ସଭାପତି ହାପିପାତ୍ର ଓ ସମ୍ପାଦକ ଅନିଲ ସ୍ବାଇଁ ପ୍ରମୁଖ ଯୋଗଦେଇ ସବୁଜିମା ସୃଷ୍ଟି ଦିଗରେ ବ୍ଯାପକ ବୃକ୍ଷରୋପଣ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଶୁଭାଷିସ ଦାସ, ସତ୍ଯଜିତ ସାହୁ, ବିଶ୍ବଜିତ ସାହୁ, ଗଣେଶ ଚନ୍ଦ୍ର ବେହେରା, ରାଜେନ୍ଦ୍ର ମଲ୍ଲିକ, ରାଜେଶ ସାହୁ, ସୂର୍ଯ୍ୟକାନ୍ତ ଦଳାଇ, ଜ୍ଯୋତି ପ୍ରକାଶ ବେହେରା, ରାଜେଶ ନାୟକ ଓ ପ୍ରତାପ ଜେନା ପ୍ରମୁଖ ଯୋଗଦେଇଥିଲେ।