ବିଦ୍ୟାଳୟରୁ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସୃଷ୍ଟି ହୋଇଛି କକୁଆ ଭୟ

ଯୋଡା,(ସମୀର ଦାସ): କେନ୍ଦୁଝର ଜିଲା ଯୋଡା ସହରରେ ଥିବା ଏକ ବିଦ୍ୟାଳୟରୁ ପ୍ରାୟ ୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଯୋଡା ସହରରେ କକୁଆ ଭୟ ଦେଖାଦେଇଛି । ମିଳିଥିବା ସୂଚନା ଅନୁଯାୟୀ ଜଣାପଡିଛି ଯେ, ବିଦ୍ୟାଳୟର ଅଧ୍ୟକ୍ଷା କରୋନା ଆକ୍ରାନ୍ତ ହୋଇଥିଲେ ହେଁ ତଥ୍ୟ ଲୁଚାଇ ବିଦ୍ୟାର୍ଥୀ ଓ ଛାତ୍ରାବାସ ଅନ୍ତ୍ୟେବାସୀଙ୍କ ସଂସ୍ପର୍ଷରେ ଆସିଥିଲେ ଫଳରେ ପ୍ରାୟ ୧୦ଜଣ କରୋନା ପଜିଟିଭ୍ ହୋଇ ଯାଇଥିଲେ । ତେଣେ ଛାତ୍ରାବାସ ଅନ୍ତ୍ୟେବାସୀଙ୍କୁ କୌଣସି ସୂଚନା ନ ଦେଇ ଘରକୁ ପଠେଇ ଦିଆଯାଇଥିଲା । ଏହା ଦ୍ୱାରା ଅଂଚଳରେ କରୋନା ସୁପରପ୍ରେ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏ ନେଇ ଯୋଡା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀ କହିଛନ୍ତି ଯେ, ପୌରପାଳିକା ପକ୍ଷରୁ କୋଭିଡ୍ ନିୟମ ମାନିବା ପାଇଁ ପ୍ରୋଟକଲକୁ ଅନୁସରଣ କରି ଆଇସୋଲେସନରେ ରହିବା ପାଇଁ ବିଦ୍ୟାଳୟ କତୃପକ୍ଷଙ୍କୁ ତାଗିଦ କରାଯାଇଛି । ଅନ୍ୟପକ୍ଷରେ ବିଦ୍ୟାଳୟ ଛାତ୍ରାବାସରୁ ଘରକୁ ଯାଇଥିବା କିଛି ବିଦ୍ୟାର୍ଥୀଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଖବର ମିଳିଛି । ଏଣୁ ଏହି ବିଦ୍ୟାର୍ଥିମାନଙ୍କ ପରିବାରଙ୍କୁ ମଧ୍ୟ ସଂକ୍ରମଣର ଆଶଙ୍କା ଦେଖାଦେଇଛି । ପ୍ରଶାସନ କଣ୍ଟାକ୍ଟଟ୍ରେସିଂ କରିବା ପାଇଁ ଓ ଆଇସୋଲେସନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ