ବିଦ୍ୟାଳୟରେ ଅଚେତ୍ ହୋଇଗଲେ ୭ଜଣ ଛାତ୍ରୀ, ୩ଜଣ ଗୁରୁତର

ଜଟଣୀ,(ୱା ଏନ ଏସ): ଜଟଣୀ ବ୍ଲକ ଅନ୍ତର୍ଗତ କନ୍ତିଆରେ ଆଜି ଶିଶୁ ଦିବସ ପାଇଁ ବିଦ୍ୟାଳୟରେ ଡ୍ୟାନ୍ସ କାର୍ଯ୍ୟକ୍ରମ ଚାଲିଥିବା ବେଳେ ୭ଜଣ ଛାତ୍ରୀ ହଠାତ୍ ଅଚେତ୍ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣ ଛାତ୍ରୀ ଗୁରୁତର ହେବାରୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି। ଶିଶୁ ଦିବସ ପାଳନ ଅବସରରେ ଆଜି ଅପରାହ୍ନ ସମୟରେ କନ୍ତିଆ ଭଗବତ ବାସୁଦେବ ବିଦ୍ୟାପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ନବନ ଓ ଦଶମ ଶ୍ରେଣୀର ୭ଜଣ ଛାତ୍ରୀ ଗ୍ରୁପ୍ ଡ୍ୟାନ୍ସ କରୁଥିଲେ। ସେମାନଙ୍କ ମଧ୍ୟରୁ ହଠାତ୍ ଜଣେ ଛାତ୍ରୀ ଅଚେତ୍ ହୋଇ ତଳେ ପଡ଼ି ଯାଇଥିଲେ, ପରେ ଅନ୍ୟ ୬ଜଣ ଛାତ୍ରୀ ଜଣଙ୍କ ପରେ ଜଣେ ଚେତା ଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ଉପସ୍ଥିତ ଶିକ୍ଷକ ଓ ସ୍ଥାନୀୟ ଲୋକ ମିଶି ସେମାନଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମେ ଦୁଇ ଜଣ ଛାତ୍ରୀ ଗୁରୁତର ହେବାରୁ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ଅନ୍ୟଜଣେ ଛାତ୍ରୀଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସବୁଠୁ ବଡ଼ କଥା ହେଉଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଜଣେ ଗୁରୁତର ଛାତ୍ରୀଙ୍କୁ ଏମ୍ସ ରେଫର୍ କରିବାକୁ ଲେଖିଥିଲେ ମଧ୍ୟ ଆମ୍ବୁଲାନ୍ସ ନଥିବାରୁ ଏକ ଘଣ୍ଟା ଧରି ଛାତ୍ରୀ ଜଣଙ୍କ ହସ୍ପିଟାଲ୍ ରେ ବେଡ୍ ରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ବିଦ୍ୟାଳୟରେ ଛାତ୍ରୀମାନେ କେଉଁ କାରଣ ପାଇଁ ଅଚେତ୍ ହେଲେ ତାହା ଜଣାପଡ଼ି ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ