ବିଦ୍ୟାଳୟରେ ଇଣ୍ଟର ହାଉସ କ୍ରିକେଟ କପ୍
ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ବଡବିଲ ପୌରପାଳିକା ଅଧୀନରେ ଥିବା ଇଂରାଜୀ ମାଧ୍ୟମିକ ସେଣ୍ଟମେରୀ ବିଦ୍ୟାଳୟ ପରିସରରେ ଇଣ୍ଟର ହାଉସ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟରେ ଥିବା ୪ଟି ହାଉସକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଶାସ୍ତ୍ରୀ,ନେତାଜୀ,ପଟେଲ ଓ ନେହେରୁ ହାଉସର ୪ଟି ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ପ୍ରଥମ ମ୍ୟାଚ ନେହେରୁ ଓ ପଟେଲ ହାଉସ ମଧ୍ୟରେ ଅନୁଷ୍ଠିତ ହୋଇ ନେହେରୁ ହାଉସ ଟିମ୍ ଫାଇନାଲକୁ ଅବତୀର୍ଣ୍ଣ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ ଶାସ୍ତ୍ରୀ ଓ ନେତାଜୀ ହାଉସ ମଧ୍ୟରେ ଅନୁଷ୍ଠିତ ହୋଇ ନେତାଜୀ ହାଉସ ଫାଇନାଲ ମ୍ୟାଚକୁ ଅବତୀର୍ଣ୍ଣ କରିବାରେ ସକ୍ଷମ ହୋଇଥିଲେ । ବିଦ୍ୟାଳୟରେ ରୋମାଞ୍ଚକପୂର୍ଣ୍ଣ ଏହି ଫାଇନାଲ ମ୍ୟାଚରେ ନେତାଜୀ ଓ ନେହେରୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଟସ ଜିତି ନେହେରୁ ହାଉସ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୯୫ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିବା ବେଳେ ୧୪ ଓଭର ୩ ବଲ ଖେଳି ୯୭ ରନ ସଂଗ୍ରହ କରି ନେତାଜୀ ହାଉସ ବିଜୟର ସ୍ୱାଦ ଚାଖିଥିବା ବେଳେ ଟୁର୍ଣ୍ଣାମେଣ୍ଟର ଚାମ୍ପିଆନର ଆଖ୍ୟା ଅର୍ଜନ କରିଥିଲା । ସେଣ୍ଟମେରୀ ଇଂରାଜୀ ବିଦ୍ୟାଳୟରେ ଅନୁଷ୍ଠିତ ଏହି ଇଣ୍ଟର ହାଉସ ଟୁର୍ଣ୍ଣାମେଣ୍ଟକୁ ବଡବିଲ ସ୍ଥିତ ଶ୍ରୀଗଣେଶ ଲଜିଷ୍ଟିକ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ବଡବିଲ ପୌରପାଳିକା ଉପାଧ୍ୟକ୍ଷା ସରସ୍ୱତୀ ନାଏକ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବା ବେଳେ ଶ୍ରୀଗଣେଶ ଲଜିଷ୍ଟିକର ନିଦେ୍ର୍ଦଶକ ତଥା ସମାଜସେବୀ ବିକାଶ ସରୋଗୀ ଏହି ଟୁର୍ଣ୍ଣାମେଣ୍ଟରେ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିସହିତ ବରିଷ୍ଠ ନାଗରିକ ନନ୍ଦକିଶୋର ମହାକୁଡ,ରାଜେଶ ପ୍ରସାଦ ସିଂ,ବିଦ୍ୟାଳୟର ଅଧ୍ୟକ୍ଷା ସିଷ୍ଟର କରୁଣା ପ୍ରମୁଖ ଅତିଥି ରୂପେ ଉପସ୍ଥିତ ରହିଥିଲେ । ଚାମ୍ପିଆନ ଦଳ ନେତାଜୀ ହାଉସକୁ ମୁଖ୍ୟଅତିଥି ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସଅପ ଦଳକୁ ମଧ୍ୟ ଟ୍ରଫି ପ୍ରଦାନ କରିଥିଲେ । ଏଥିସହିତ ମ୍ୟାନ ଅପ ଦି ମ୍ୟାଚ,ବେଷ୍ଟ ଫିଲଡର,ବେଷ୍ଟ ବୋଲର ଭଳି ଅନ୍ୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାର ଭାବେ ଜେଠୁ ପାତ୍ର,ଦିପୁ ସାମନ୍ତ ଓ ସଂଜୟ ଚନ୍ଦ୍ରା ପରିଚାଳନା କରିଥିଲେ ।


