ବିଦ୍ୟାଳୟରେ ଦୀପାବଳି ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଥିବାରୁ ଏହାକୁ ନିରାପଦରେ ପାଳନ କରିବା ପାଇଁ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ,ପ୍ରାକ୍ତନ ସିଆରସିସି ବାଳକୃଷ୍ଣ ସାବତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଶତପଥୀ,ଗ୍ରାମ୍ୟ ପରିଚାଳନା କମିଟି ସଦସ୍ୟ ନିତ୍ୟାନନ୍ଦ ବିଷୋୟୀ ପ୍ରମୁଖ ଯୋଗଦେଇ ଦୀପାବଳି ସମୟରେ ଅତ୍ୟଧିକ ବାଣ ଫୁଟା କାରଣରୁ ଉଭୟ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ହେଉଥିବାରୁ ଏହି ସମୟରେ ବାଣ ଫୁଟାଇବାରୁ ଯଥା ସମ୍ଭବ ଦୂରରେ ରହି ସୁରକ୍ଷିତ ଭାବେ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ I ଏହା ସହିତ ଉପସ୍ଥିତ ଅତିଥି ମାନେ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରିଥିଲେ I ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷର ପୋଷାକ ଏବଂ ଜୋତା ବିତରଣ କରାଯାଇଥିଲା I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶ୍ୟାମସୁନ୍ଦର ବିଷୋୟୀ,ଆଶାକର୍ମୀ ଯାଜ୍ଞସେନୀ ସାହୁ ଏବଂ ସାମ୍ବାଦିକ ସନ୍ତୋଷ କୁମାର ଡାକୁଆଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ I ସହକାରୀ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ଦାସ, ଅଳକା ମହାପାତ୍ର, ପିଙ୍କି ଦଳାଇ,ସ୍ମିତା ନାୟକ,ଶିକ୍ଷକ ଶିବରାମ ମହାନ୍ତି ଏବଂ ନାରାୟଣ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ସହକାରୀ ଶିକ୍ଷକ ସତ୍ୟନାରାୟଣ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ