ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏ.ତୋଟାପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ର ପୋଷାକ ଓ ଜୋତା ବିତରଣ ଉତ୍ସବ ଏସଏମସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲ।। ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟରେଡ୍ଡୀ ମୁଖ୍ୟ ଅତିଥୀଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କୁ କେତେକ ଉପାଦେୟ ବିଷୟରେ ବିଷୟରେ ପରାମର୍ଶ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ କାଳିଆବାଲି ସିଆରସିସି ସୁକାନ୍ତ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥୀଭାବେ ସ୍ଥାନୀ ୟସରପଞ୍ଚ ରେବତୀ ପ୍ରଧାନ , ସମିତି ସଭ୍ୟା ସୁଷମା ସେଠୀ , ଗ୍ରାମ୍ୟ ସଭାପତି ଭାଗିରଥୀ ପ୍ରଧାନ, ଅନନ୍ତରାମ ପ୍ରଧାନ, ଦୁର୍ଯ୍ୟୋଧନ ପ୍ରଧାନ, ମୋହନ ପ୍ରଧାନ, ଅଙ୍ଗନୱାଡି କର୍ମୀ ମାମିନୀ ନାୟକ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ବିଷ୍ଣୁ ନାରାୟଣ ପଣ୍ଡା ସଂଯୋଜନା କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା କୁମାରୀ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।