ବିଦ୍ୟାଳୟରେ ବିସ୍ପୋରଣ ଘଟଣାରେ ପଲିସର ତଦନ୍ତ ଆରମ୍ଭ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବ୍ଲକ ଅନ୍ତର୍ଗତ ଋତୁଙ୍ଗିଆ ପଂଚାୟତର ସେଣ୍ଟ ଜାଭିୟର ଘରୋଇ ବିଦ୍ୟାଳୟରେ ଏହାକୁ ନେଇ ବିସ୍ପୋରଣ ଦ୍ରବ୍ୟ ଫୁଟି ତିନିଛାତ୍ର ଆହାତ ହଇଥିଲେ । ଏହାକୁ ନେଇ ପୋଲିସ କେଶ ନଂ ୧୯/୨୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି । ପୋଲିସ ଚାତ୍ର ଯଶକୁ ପଚାରିବାରୁ ସେ କହିଥିଲା ଗଦ୍ରିଙ୍ଗିଆରୁ ସେ ଏହାକୁ ଆଣିଥିଲା ତାପରେ ପୋଲିସ ଗଦ୍ରିଙ୍ଗିଆ ତଦନ୍ତ କରିବା ପରେ ସେଠାରୁ ଜାଣିବାକୁ ପାଇଲେ ଯେ ଗଦ୍ରିଙ୍ଗିଆରେ ଆରକେଡି ଠିକା ସଂ୍ସ୍ଥା ର ପୁର୍ବରୁ ଏକ କ୍ୟାମ୍ପ ଥିଲା ସେଠାରୁ ଏହି ଡେଟରନେଟ ପାଇତିଲେ ।ସେଠାରେ ପୋଲିସ ଖୋଜାଖୋଜି କରିବା ବେଳେ ତିନୋଟି ଜିବନ୍ତ ଡେଟନେଟର ମିଳିଲା ଓ କିଛି ଫୁଟିବା ଡେଟନେଟର ମିଳିଲା, ଏହାକୁ ସିଜ କରିବା ପରେ ପିଲାମାନଙ୍କୁ ପଚାରିବାରୁ ସେମାନେ କହିଥିଲେ ଯେ ଏହି କ୍ୟାମ୍ପ ପରିସରରୁ ୧୮୦ ପାଖାପାଖି ଡେଟନେଟର ସେଠାରୁ ପାଇଛନ୍ତି । ଏହାପରେ ଘଟଣା ଘଟିଥିବା ଋତୁଙ୍ଗିଆ ପଂଚାୟତର ସେଣ୍ଟ ଜାଭିୟର ଘରୋଇ ବିଦ୍ୟାଳୟରେ ଯାଇ ତଦନ୍ତ କରିବା ସମୟରେ ଗୋଟିଏ ଡେଟନେଟର ମିଳିଥିଲା । ସମୁଦାୟ ଚାରୋଟି ଡେଟନେଟର ଜବତ କରିଛି । ଏହି ଘଟଣାର ତଦନ୍ତକାରୀ ଅଫିସର ଭାବେ ଆଶୁତୋଷ ପାଇକରାଏ ସଦଳେବଦଳେ ହି ଘଟଣାର ତଦନ୍ତ ନିମନ୍ତେ ଘଟଣାସ୍ଥଳ ଓ ଅନେକ ସ୍ଥାନକୁ ଯାଇ ତଦନ୍ତ କରିଛନ୍ତି


