ବିଦ୍ୟାଳୟର ପାଚିକା ମାନଙ୍କର ଦାବି ପତ୍ର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ମୋହନା ହାଇସ୍କୁଲ ପଡିଆ ଠାରୁ ପଦଯାତ୍ରା କରିଛନ୍ତି ବିଦ୍ୟାଳୟ ପାଚିକା ମାନେ । ବ୍ଲକ କାର୍ଯ୍ୟାଳୟ ପଯ୍ୟନ୍ତ ଏହି ପଦଯାତ୍ରାରେ ବାହାରି ବ୍ଲକରେ ଦାବି ପତ୍ର ଦେବା ସହ ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ପାଖକୁ ଯାଇ ପାଚିକା ମାନେ ଦାବି ପତ୍ର ଦେଇଛନ୍ତି । ସେମାନେ ଜଣାଇଛନ୍ତି ଯେ, ଆମେ ଆଜି କୁ ଦୀର୍ଘ ବର୍ଷ ବିଦ୍ୟାଳୟରେ ପାଚିକା ଭାବରେ କାମରି ଆସୁଅଛୁ, ସରକାର ଠିକ ଉପଯୁକ୍ତ ମଜୁରୀ ଦେଉ ନଥିବା ବେଳେ କୋଡିଏ ହଜାର ଟଙ୍କା ମାସିକ ବେତନ ଦେବା ସହ ମୃତ୍ୟୁ କାଳୀନରେ ସହାୟତା ରାଶି ପରିବାରକୁ ୧୦ଲକ୍ଷ ଟଙ୍କା, ମୃତ ପରିବାର ସଦସ୍ୟ କୁ ପୁନର୍ବାର ଥଇଥାନ କରାଯିବା, ସମସ୍ତ ପାଚିକା ଙ୍କୁ ୟୁନିଫୋର୍ମ ଡ୍ରେସ ପ୍ରଦାନ କରାଯିବା ପରେ ପେନସନ ପ୍ରଦାନ କରାଯାଉ ବୋଲି ୩୯ ଗୋଟିଏ ପଞ୍ଚାୟତ ପାଚିକା ମାନେ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିଥିଲେ ।


