ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପାଳିତ
ଚିକିଟୀ, (ପୁଷ୍ପାଞ୍ଜଳି ମିଶ୍ର): ଚିକିଟୀ ବ୍ଳକ କେ ସୁବାଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି
ଆମ ଖେଳନା କାର୍ଯ୍ୟକ୍ରମ ମହା ଆଡମ୍ବାର ରେ ପାଳନ କରାଯାଇଛିl ଏଥିରେ ମୁଖ୍ୟ ଅତିଥି ଚିକିଟି ବ୍ଲକ ଶିକ୍ଷା ଅଧିକାରୀ
ବସନ୍ତ କୁମାର ପଣ୍ଡା , ସମ୍ମାନନୀୟ ଅତିଥି ସରପଞ୍ଚ ଜି. ଜୀବାନନ୍ଦ ରେଡ୍ଡୀ , ସମିତିସଭ୍ୟ ଚୈତନ୍ୟ ବେହେରା ବି.ଆର.ସିସି
ନିଗମାନନ୍ଦ ପଣ୍ଡା ଓ ଦୁଇ ଏବିଇଓ ସିମାଞ୍ଚଳ ପଣ୍ଡା ତ୍ରିନାଥ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟିର ସଭପତି ନବୀନ
ବେହେରା ଓ ସି.ଆର.ସିସି ଭେଙ୍କେଟ ରାଓ ମଞ୍ଚାସିନ ଥିଲେ l ପ୍ରଧାନ ଶିକ୍ଷକ ସୁରେଶ କୁମାର ପାତ୍ର ବାର୍ଷିକ ବିବରଣୀ
ପଠନ କରିଥିଲେ l ବିଇଓ ଶ୍ରୀ ପଣ୍ଡା ପିଲାମାନଙ୍କର ଉଜ୍ୱଳ ଭାବିଷ୍ୟତ କାମନା କରି ଭଲ ମଣିଷ ହେବା ପାଇଁ
ଉଦବୋଧନ ଦେଇଥିଲେ l କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ବିଭର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ହୋଇଥିଲା l ସରକାରୀ ଶିକ୍ଷକ ରାଜ କିଶୋର ପଣ୍ଡା ମଞ୍ଚ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l