ବିଦ୍ୟାଳୟର ମେଟ୍ରିକ ଟପ୍ପରଙ୍କୁ ସମ୍ମାନୀତି କଲେ ଗଜପତି ସହକାରି ଶ୍ରମ ଅଧିକାରୀ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠର ପୁରାତନ ଛାତ୍ର ତଥା ବର୍ତ୍ତମାନର ଗଜପତି ଜିଲ୍ଲାର ସହକାରୀ ଶ୍ରମଅଧିକାରୀ ଅନିଲ କୁମାର ବିଶୋଇ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ବିଦ୍ୟାଳୟ ଟପ୍ପର ହୋଇଥିବା ତିନିଜଣ ବିଦ୍ୟାର୍ଥୀଙ୍କୁ ସମ୍ମାନୀତି କରିଛନ୍ତି l ସେମାନଙ୍କୁ ପୁରସ୍କାର ସହ ପ୍ରଥମ ଟପ୍ପର ସାହୀଲ ପ୍ରଧାନ,ଙ୍କୁ ପାଞ୍ଚହଜାର ଟଙ୍କା, ଦ୍ୱତୀୟ ଟପ୍ପର ରାଜେଶଚାର୍ଚ୍ଚି,ଙ୍କୁ ତିନିହଜାର ଓ ତୃତୀୟ ଟପ୍ପର ଓଁଶ୍ରୀବେହେରା ଙ୍କୁ ଦୁଇ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହପରିଶ୍ରମ, ନିଷ୍ଠା ଥିଲେ ସଫଳତନିଶ୍ଚିତ ବୋଲି କହିବା ସହ, ମୁଁ ଯାହାବି ହୋଇଛି ଏହି ମାଟି ଓ ବିଦ୍ୟାଳୟ ପାଖରେ ଋଣୀ ବୋଲି କହିଥିଲେ l ଏହି ଏହି ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ରେଡ୍ଡୀଉପସ୍ଥିତ ଥିଲେ l ଶିକ୍ଷୟତ୍ରୀ ସୁନିତା ମାହାଙ୍ଗୁଡ଼ ଏହି କାର୍ଯ୍ୟକ୍ରମକୁ ପରିଚଳନା କରିଥିଲେ lସହକାରୀ ଶ୍ରମଅଧିକାରୀ ଅନିଲ ଏହି ବିଦ୍ୟାଳୟରୁ ୨୦୦୨ ମସିହାରେ ମେଟ୍ରିକ ଟପ୍ପର ହୋଇଥିଲେ l ପରବର୍ତ୍ତୀ ସମୟରେ ଓଡିଶା ପ୍ରଶାସନିକ ସେବା (ଓପିଏସସି )ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଓଡିଶା ଶ୍ରମସେବା ପାଇଥିବା ଅନିଲ ମେଟ୍ରିକ ପରୀକ୍ଷାରେ କୃତ ବିଦ୍ୟାର୍ଥୀଙ୍କୁ ଉତ୍ସହିତ କରିବା ପାଇଁ ଅନିଲ କୁମାର ବିଶୋଇ ଫାଉଣ୍ଡେସନ ସମ୍ମାନ ପ୍ରଦାନ ଏହି ବିଦ୍ୟାଳୟରୁ ଗତ ଚାରି ବର୍ଷ ତଳେ ଶୁଭାରମ୍ଭ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ