ବିଦ୍ୟାଳୟସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା-ତାଲିମ୍ ଶିବିର ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ବିଦ୍ୟାଳୟସ୍ତରୀୟ ଜୁନିୟର ରେଡ଼କ୍ରସ ସୋସାଇଟି ପକ୍ଷରୁ ସ୍ଥାନୀୟ ଶ୍ରୀ ସତ୍ୟସାଇ ବିଦ୍ୟାବିହାର ପରିସରରେ ଚାଲିଥିବା ଶିକ୍ଷା-ତାଲିମ ଶିବିର ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀଙ୍କ ପାଇଁ ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିରର ପ୍ରୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର ଏଥିରେ ପୌରୋହିତ୍ୟ ସହ ରେଡ଼କ୍ରସ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର, ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ଦାସ ଓ ବାଲେଶ୍ୱର ଜିଲା ଜୁନୟର ରେଡ଼କ୍ରସର ଯୁଗ୍ମ ସମ୍ପାଦକ ବାମନ ଚନ୍ଦ୍ର ମହାନ୍ତି ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଏହି ଭଳି ଶିବିର ଛାତ୍ରଛାତ୍ରୀଙ୍କୁ ଅଧ୍ୟବସାୟୀ, ଉତ୍ତମ ଚରିତ୍ର ଗଠନ ଓ ସମୟାନୁବର୍ତିତା ହେବାକୁ ପ୍ରେରଣା ଦେବାରେ ସହାୟକ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ସତ୍ୟସାଇ ବିଦ୍ୟାବିହାରର ଅଧ୍ୟକ୍ଷ ଦାମୋଦର ନାୟକ ଏଥିରେ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଅଶୋକ ନାୟକ ବିବରଣୀ ଉପସ୍ଥାପନ କରିଥିଲେ । ଜିଲା ସାଧନ କର୍ମୀ ଚିତ୍ତରଂଜନ ପରିଡ଼ା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିରରେ ଦୁଇ ଦିନ ଧରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାଲିଥିବା କୁଇଜ, ପ୍ରବନ୍ଧ, ବକୃତା, ନୃତ୍ୟ ଓ ସଙ୍ଗୀତ, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ଅତିଥିମାନେ ପୁରସ୍କୃତ କରିଥିଲେ । ଏହା ସହିତ ଶିବିରର ଉତମ ପରିଚାଳନା ପାଇଁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଶ୍ରୀ ସତ୍ୟସାଇ ବିଦ୍ୟାବିହାରର ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉମାକାନ୍ତ ବେହେରା, ଚିତରଂଜନ ପରିଡ଼ା, ସୋମନାଥ ନାୟକ, ସତ୍ୟନାରାୟଣ ଦାସ, ନରୋତମ ପୃଷ୍ଟି, ସୁଧାଂଶୁ ଶେଖର ମଲ୍ଲିକ, ସତ୍ୟବ୍ରତ ପାତ୍ର, ମଳୟ କୁମାର ସାହୁ ପ୍ରମୁଖ ସାଧନକର୍ମୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ତାଲିମ ପ୍ରଦାନ କରିଥିବା ବେଳେ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ