ବିଦ୍ୟାଳୟ ଖୋଲିବା ନିମନ୍ତେ ବ୍ଳକ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

୨ ଦିନ ମଧ୍ୟରେ ବିଦ୍ୟାଳୟ ନଖୋଲିଲେ ଆନ୍ଦୋଳନକୁ ଓହ୍ଲାଇବେ ଗ୍ରାମବାସୀ
ମୋହନା,(ଅଂଶୁମାନ ପଣ୍ଡା):  ସରକାରଙ୍କ ନିୟମ ଅନୁଯାୟୀ ଗଣ ଶିକ୍ଷାମନ୍ତ୍ରୀ ସମିର ରଞ୍ଜନ ଦାଶ ଘୋଷଣା କରିଥିଲେ । ଯେଉଁ ବିଦ୍ୟାଳୟରେ ୨୦ରୁ କମ ଛାତ୍ରଛାତ୍ରୀ ପଢୁଥିବେ ସେହି ବିଦ୍ୟାଳୟକୁ ବନ୍ଦ କରି ନିକଟସ୍ଥ ବିଦ୍ୟାଳୟରେ ଜଡିତ କରିବା ପାଇଁ ହେଲେ ପୁଣି ଏକ ନୂତନ ନିୟମ ଜାରି କରିଥିଲେ ବିଦ୍ୟାଳୟର ୨୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଥିଲେ ସେହି ବିଦ୍ୟାଳୟଟି ଚାଲୁ ରହିବ କିନ୍ତୁ ଏହି ନିୟମକୁ ଅବମାନନା କରି ମୋହନା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ କିଛି ଅଧିକାରୀ କେ.ଶାନ୍ତିନଗର ରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିଦେଇଥିଲେ । ଯାହାରି ଫଳରେ ଏହି ବିଦ୍ୟାଳୟ ଉପରେ ୬ଟି ସାହି କେ.ଶାନ୍ତିନଗର, ଆଦିବାସି ସାହି, ବାବନ ସାହି, ଜ୍ୟୋତି ନଗର, ପ୍ରେମ ନଗର, ପଲ୍ଲ ଗଜପତି ଆଦି ସାହିର ଛାତ୍ରଛାତ୍ରୀ ନିର୍ଭର କରୁଥିଲେ । ସେମାନଙ୍କୁ ୨୦ରୁ କମ ଥିବା ଦର୍ଶାଇ କର୍ଚ୍ଚବାଡି ବିଦ୍ୟାଳୟରେ ଜଡିତ କରିଦେଇଛନ୍ତି । ଏହାକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ ପ୍ରକାଶ କରି ଜିଲ୍ଲାପାଳଙ୍କ ଜନସୁଣାଣିରେ ପାଣିଗଣ୍ଡା ଠାରେ ଏକ ଲିଖିତ ଅଭିଯୋଗ ଜଣାଇଥିଲେ । ଉକ୍ତ ବିଦ୍ୟାଳୟରେ ୨ ରୁ ୪ ଜଣ ବିକଳାଙ୍ଗ ପିଲା ପଢୁଛନ୍ତି ଏବଂ ୨୫ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ନୂତନ ଭାବେ ୧୦ ଉୁର୍ଦ୍ଧ୍ୱ ନାମ ପଞ୍ଜୀକୃତ ହେବ ବୋଲି ଜଣାଇଥିଲେ । ଯାହା ଫଳରେ ଜିଲ୍ଲାପାଳ ଅନୁପମ ଶାହା ବିଦ୍ୟାଳୟଟି ଖୋଲିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଏହି ନିୟମକୁ ନମାନି ବ୍ଳକ ଶିକ୍ଷା ବିଭାଗ ବିଦ୍ୟାଳୟଟିକୁ କୋଭିଡ କଟକଣା ପୂର୍ବରୁ ବନ୍ଦ କରିଦେଇଛନ୍ତି । ଏହି ବିଦ୍ୟାଳୟ ଠାରୁ କର୍ଚ୍ଚବାଡି ବିଦ୍ୟାଳୟ ୧ କି.ମି ହୋଇଥିବା ବେଳେ ବିଦ୍ୟାଳୟ ଗୃହ ବିପଦ ସଙ୍କୁଳରେ ଥିବାରୁ ଅଭିଭାବକମାନେ ପିଲାମାନଙ୍କୁ ପଠାଇବା ପାଇଁ ନାରାଜ ହୋଇଛନ୍ତି । ଏହା ସହ ଉକ୍ତ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ କିଛି ଶିକ୍ଷକମାନେ ମଧ୍ୟ ଭିତିରି ବ୍ଳକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ସମ୍ପୃକ୍ତ ଅଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ତେଣୁ ଉକ୍ତ ବିଦ୍ୟାଳୟକୁ ୨ ଦିନ ମଧ୍ୟରେ ନ ଖୋଲାଗଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ୬ଟି ସାହିର ବାସିନ୍ଦା ଲିଖିତ ଭାବେ ଗୋଷ୍ଠ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ