ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସଚିବଙ୍କ ହିଞ୍ଜିଳି ଗସ୍ତ : ରୂପାନ୍ତକରଣର ଅନ୍ତିମ ବିଶ୍ଳେଷଣ ଓ ସ୍ଥିତି ଅନୁଧ୍ୟାନ ସହ ଶିକ୍ଷାଦାନ ପ୍ରଣାଳୀ ପରିବର୍ତ୍ତନ ପାଇଁ ପରାମର୍ଶ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଘୋଷଣା ମୁତାବକ ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟରେ ସେଂଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ । ପାଠ୍ୟକ୍ରମରେ ସ୍ପୋକେନ ଇଂରାଜୀ ବିଷୟ ସାମିଲ କରାଯିବ ସହ ଉନ୍ନତମାନର ପାଠାଗାର ସ୍ଥାପନ କରି ଶିକ୍ଷାର୍ଥୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ସକାଶେ ମୁଖ୍ୟ ଆଭିମୁଖ୍ୟ ରହିଛି । ଏଥି ପୂର୍ବରୁ ହିଞ୍ଜିଳିକାଟୁ ପୌରାଞ୍ଚଳର ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସଲେନ୍ସ ଘୋଷଣା କରାଯାଇଥିଲା । ସ୍ଥାନୀୟ ବ୍ଳକର ଅବଶିଷ୍ଟ ୨୩ଟି ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସିଲେନ୍ସରେ ସ୍ଥାନିତ କରିବା ପାଇଁ ଶେଷ ଉଦ୍ୟମ ଜାରି ରହିଛି । ଚଳିତ ମାସ ୧୫ ତାରିଖ ସୁଦ୍ଧା ୫ଟି ପଦ୍ଧତିରେ ସ୍ଥାନୀୟ ବ୍ଳକର ସମସ୍ତ ଉଚ୍ଚବିଦ୍ୟାଳୟର ଆବଶ୍ୟକ ଭିତିଭୂମି ସହ ରୂପାନ୍ତକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି. କାର୍ତିକେୟାନ ପାଣ୍ଡିୟାନ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଏପ୍ରିଲ ୨୧ରେ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଗଞ୍ଜାମ ଜିଲ୍ଲାର ୨୩ଟି ବ୍ଳକର ବିଡ଼ିଓ ଓ ସହକାରୀ ଯନ୍ତ୍ରୀ ସ୍ଥାନୀୟ ବ୍ଳକ ସାରୁ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତକରଣ ବ୍ୟବସ୍ଥା ସମ୍ପର୍କରେ ପରିଦର୍ଶନରେ ଆସିଥିଲେ । କୋଭିଡ଼ କଟକଣା ଯୋଗୁଁ ୩ମାସ ବିରତି ପରେ ଉଦଘାଟନ ପୁର୍ବରୁ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଳକର ସମସ୍ତ ବିଡ଼ିଓ ସେମାବାର ଅପରାହ୍ନରେ ସଂପୃକ୍ତ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ଅନ୍ତିମ ପର୍ଯ୍ୟାୟର ବିଶ୍ଳେଷଣ ଓ ନିରୀକ୍ଷଣ କରିଥିଲେ । ଆସନ୍ତା ଆସନ୍ତା ୧୭ ତାରିଖରେ ହିଞ୍ଜିଳି ଓ ଶେରଗଡ଼ ବ୍ଳକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ହିଞ୍ଜିଳି ବ୍ଳକର ୨୫ଟି ଓ ଶେରଗଡ଼ ବ୍ଳକର ୨୭ଟି ରୂପାନ୍ତକରଣ ଉଚ୍ଚ ବିଦ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି । ପ୍ରଥମ ଦିବସରେ ସ୍ଥାନୀୟ ବ୍ଳକର ସାରୁ ଉଚ୍ଚ ବିଦ୍ୟାଳୟରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତରେ ସାରୁ ଉଚ୍ଚ ବିଦ୍ୟାଳୟ, ମିଶନ ଶସକ୍ତି ଗୃହ, ଗ୍ରାମୀଣ ପାଠାଗାର, ପିଇଓ ଆବାସ ଗୃହ ଉନ୍ନୟନ ପ୍ରକଳ୍ପକୁ ଶୁଭ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି । ଏଥି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନିଲ କ୍ରୀଷ୍ଣା, ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଯୁଗ୍ମ ଉପସଚିବ ଶୁଭ୍ରାଂଶୁ ମିଶ୍ର, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାତ୍ରୟ ଭାଉ ସାହେବ ପ୍ରମୁଖଉଭୟ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ସମ୍ପୁର୍ଣ୍ଣ ପ୍ରସ୍ତୁତି ନେଇ ବାରମ୍ବାର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ ସମାପ୍ତ ସକାଶେ ନିର୍ଦ୍ଦେଶ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ବୁଧବାର ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଗସ୍ତ କରିଛନ୍ତି । ହିଞ୍ଜିଳିକାଟୁ ବ୍ଳକ ବେଲଗାଁ ରଘୁନାଥ ବିଦ୍ୟାପିଠରେ ପହଞ୍ଚି ସ୍ମାର୍ଟ ଶ୍ରେଣୀ ଗୃହ, ଇ- ଲାଇବ୍ରେରୀ, ଆଧୁନିକ ବିଜ୍ଞାନ ପ୍ରୟୋଗଗାର, ଶୌଚାଳୟ, ଖେଳପଡ଼ିଆ ଆଦି ଭିତିଭୂମି ଓ ନିର୍ମାଣଶୈଳୀ ଅନୁଧ୍ୟାନ କରି ତାହାକୁ ନିଜ ଅଞ୍ଚଳରେ ଉତମ ରୂପେ କାର୍ଯ୍ୟକାରିତା କରିବା ସହ ଶିକ୍ଷାର୍ଥୀ ମାନଙ୍କୁ ଆଧୁନିକ ପ୍ରଣାଳୀରେ ଶିକ୍ଷାଦାନ ଓ ଗୃପ ମାଧ୍ୟମରେ ୟୁଟ୍ୟୁବରେ ଶିକ୍ଷାଦାନ କରିବାକୁ ପରାମର୍ଶ ଦେଇଥିଲେ । ବିଭାଗୀୟ ସଚିବ ଶ୍ରୀ ସାହୁଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିନିତା ସେନାପତି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା, ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର, ସଂପୃକ୍ତ ପଞ୍ଚାୟତର ସରପଞ୍ଚ ତ୍ରିନାଥ ପାଣିଗ୍ରାହୀ, ପ୍ରଧାନ ଶିକ୍ଷକ ରାଧାକାନ୍ତ ପାଢିଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ