ବିଦ୍ୟାଳୟ ଚପରାଶିଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ସରକାରୀ ଉଚ୍ଚବିଦ୍ୟାଳୟର ଚପରାଶି ଶ୍ରୀ ଧନସିଂ ଦିଗାଳ ସକାଳ ସମୟରେ ଅଚାନକ ରାସ୍ତା ଉପରେ ପଡିଯାଇଥିଲେ | ଲୋକମାନେ ଦେଖିବା ପରେ କ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ |ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ | ତାଙ୍କର ଚାକିରୀ ସରିବାକୁ ଆଉ ୫ବର୍ଷ ଥିଲା। ଶ୍ରୀ ଦିଗାଲ ଙ୍କ ମୃତ୍ୟୁରେ କ.ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ପୋଲାଇ, ପ୍ରଫୁଲ କୁମାର ଦାସ, କୃଷ୍ଣଚନ୍ଦ୍ର ଦାସ, ଦୁର୍ଗାପ୍ରସ୍ନ ସାହୁ, ଜୟରାମ ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଥିଲେ |ଶ୍ରୀ ଦିଗାଲଙ୍କ ଘର ବାଲିଗୁଡ଼ା ବ୍ଲକ ସୁଡ୍ରା ପଞ୍ଚାୟତ ଗଟାଙ୍ଗି ଗ୍ରାମର ତାଙ୍କର ଦେହାନ୍ତ ଖବର ପାଇ ପଞ୍ଚାୟତରେ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ