ବିଦ୍ୟାଳୟ ତରଫରୁ ୩୦ଟି ଖାଦ୍ୟ ସାମଗ୍ରୀ ପ୍ୟାକେଟ ବଣ୍ଟନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର ବାହାର ରାଜ୍ୟ ରୁ ବହୁତ ଲୋକ ପେଟ ପୋଷିବା ପାଇଁ ନିଜ ନିଜର ପରିବାର ସହିତ ଛୋଟ ଛୋଟ ବ୍ୟବସାୟ କରି କିଛି ପଇସା ପାଇବା ଆଶା ରେ ଓଡିଶା ଆସିଥିଲେ l କିନ୍ତୁ କରୋନା ଯୋଗୁଁ ଲକଡାଉନ୍ ରେ ସେହି ଗରିବ ଅସହାୟ ଲୋକେ ଫସିଯାଇଛନ୍ତି l ସେମାନେ ବର୍ତ୍ତମାନ ବହୁତ ଅସୁବିଧାରେ ଜୀବନ ଅତିବାହିତ କରୁଥିବାରୁ ଏହା କୁ ଦେଖି ବହୁ ସଂସ୍ଥା ଓ ବଦାନ୍ୟ ବ୍ୟକ୍ତି ସେମାନଙ୍କ ପାଇଁ ସହଯୋଗ ର ହାତ ବଢ଼ାଇଛନ୍ତି l ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ତରଫରୁ ୩୦ଟି ଖାଦ୍ୟ ସାମଗ୍ରୀ ପ୍ୟାକେଟ ସେହି ଗରିବ ଓ ଅସହାୟ ଲୋକଙ୍କୁ ବଣ୍ଟନ କରିବାପାଇଁ ଭଞ୍ଜନଗର ବିଡ଼ିଓ ଅନିଲ କୁମାର ସେଠୀ ଙ୍କୁ ଦିଆଯାଇଛି l ଏହିପରି ମହତ କାର୍ଯ୍ୟ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ଅଜିତ କୁମାର ଶତପଥୀ, ନିର୍ଦ୍ଦେଶକ ଗୌର ଚନ୍ଦ୍ର ରାଉତ, ସଭାପତି ଶୂଳପାଣି ଶତପଥୀ ଏବଂ ଅନ୍ୟାନ୍ୟ ଉପସ୍ଥିତ ଥିଲେ l