ବିଦ୍ୟାଳୟ ନିକଟରେ ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର

ହାଟଡିହି, (ବିକାଶ ବିଶ୍ୱାଳ ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ନୂଆରମ୍ପାସ ଗାଁ ମୁଣ୍ଡରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଉପରକୁ ଗଛ ଲତା ମାଡ଼ିବସିଛି। ନୂଆରମ୍ପାସ ପ୍ରାଥମିକ ବିଦ୍ୟାଳୟକୁ ଲାଗିକରି ଅଛି ଏହି ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର। ଏହା ଗାଁ ମୁଣ୍ଡରେ ଥିବା ହେତୁ ସେହି ବାଟେ ଦୈନିକ ହଜାର ହଜାର ଯାତ୍ରୀ ଯାତାୟାତ କରୁଥିବା ବେଳେ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ଯାତାୟାତ କରୁଛନ୍ତି। ବୁଲା ଗୋରୁ ମାନେ ଉକ୍ତ ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର ନିକଟକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ମଧ୍ୟ ନଜିର ରହିଛି। ଏତେସବୁ ଘଟଣା ପରେ ମଧ୍ୟ ବିଦ୍ୟୁତ୍ ବିଭାଗର ନଜର ପଡୁନାହିଁ। ଟ୍ରାନ୍ସଫର୍ମରଟି ମୁକୁଳା ପଡ଼ିଥିବାରୁ ଅସାବଧାନତା ବସତଃ କୌଣସି ବଡଧରଣର ବିପଦକୁ ଏଡାଇ ଦେଇହେବନି। ନିକଟରେ ପ୍ରାଥମିକ ବିଦ୍ୟାଳୟ ଥିବାରୁ ନିଷ୍ପାପ ଶିଶୁମାନେ ମୁଣ୍ଡ ଉପରେ ବିପଦର ଖଣ୍ଡା ଝୁଲିବା ପରି ଏଠାକାର ପରିସ୍ଥିତି ହୋଇଛି । ଗାଈଗୋରୁମାନେ ଚାରଣ ଭୂମିକୁ ଯିବା ଆସିବା ସମୟରେ ଏହି ରାସ୍ତାଦେଇ ଯାଉଥିବାରୁ ଆସନ୍ନ ବିପଦ ଲାଗିରହିଥିବାର ଦେଖାଯାଉଛି ।ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ଯରେ ଗଭୀର ଅସନ୍ତୋଷ ଦେଖାଦେଇଛି।ଯଥାଶୀଘ୍ର ଏହି ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର କୁ ସୁରକ୍ଷାବାଡ ଦେବା ସହ ଜନସାଧାରଣଙ୍କ ହିତରେ ପାଚେରୀ ନିର୍ମାଣ ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ସାଧାରଣରେ ଦାବି କରିଛନ୍ତି ।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ