ବିଦ୍ୟାଳୟ ପରିଦର୍ଶନରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ; ଛାତ୍ରଛାତ୍ରୀଙ୍କୁ ପଢାଇଲେ ପାଠ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ଦୀର୍ଘ ନଅ ମାସର ବ୍ୟବଧାନ ପରେ ବିଦ୍ୟାଳୟ ଗୁଡ଼ିକରେ ଗତ ଆଠ ତାରିଖ ଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କୁ ଏହାର ତଦାରଖ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି I ରବିବାର ମାନ୍ୟବର ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସି ଏଠାରେ କୋଭିଡ ଏସ୍ଓପି ଅନୁସାରେ ଶିକ୍ଷାଦାନର ସମୀକ୍ଷା କରିବା ସହ ବିଦ୍ୟାଳୟର ଛାତ୍ର ଉପସ୍ଥାନ, ଶିକ୍ଷକ ଓ କର୍ମଚାରୀ ଉପସ୍ଥାନ ଏବଂ ସ୍ଵଚ୍ଛ ପରିବେଶ ଦେଖି ଖୁସି ପ୍ରକଟ କରିଥିଲେ I ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ ପାଠପଢ଼ା ବିଷୟରେ ଆଲୋଚନା କରିବା ସହ ସେମାନଙ୍କୁ ଇଂରାଜୀ ବିଷୟରେ କିଛି ଶିକ୍ଷାଦାନ କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ କ୍ଲାସ୍ ମାଧ୍ୟମରେ ଶିକ୍ଷାଦାନ ପାଇଁ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ନିକଟରେ ପ୍ରସ୍ତାବ ରଖିବା ସହ ଆଗାମୀ ଦିନରେ ଏନେଇ ଜିଲ୍ଲାପାଳଙ୍କୁ ସୁପାରିଶ କରିବେ ବୋଲି ପ୍ରକାଶ କରିଥିଲେ I ପ୍ରକାଶ ଥାଉ କି ଗଞ୍ଜାମ ଜିଲ୍ଲାରେ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ନିଜର ଶିକ୍ଷାଦାନ ଏବଂ ପରିବେଶ ପାଇଁ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଏକାଧିକବାର ପ୍ରକୃତି ମିତ୍ର, ପ୍ରକୃତି ବନ୍ଧୁ ଏବଂ ଶ୍ରେଷ୍ଠ ସ୍କୁଲ୍ ଭାବେ ପୁରସ୍କୃତ ହୋଇଛି I ଚଳିତ ବର୍ଷ ମଧ୍ଯ ଏହି ବିଦ୍ୟାଳୟଟି ଜିଲ୍ଳା ପ୍ରାଶାସନ ଦ୍ୱାରା ଶ୍ରେଷ୍ଠ ସ୍କୁଲ ଭାବେ ମନୋନୀତ ହୋଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ