ବିଦ୍ୟାଳୟ ପରିସରରେ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ମକ୍‌‌ ଡ୍ରିଲ୍‌‌

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ସ୍ଥିତ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ପାଢୀଙ୍କ ତତ୍ତ୍ବାବଧାନରେ ଅଗ୍ନିଶମ କର୍ମଚାରୀ ମାନଙ୍କ ଦ୍ବାରା ଶ୍ରୀରାମପଦା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ମକ୍‌‌ ଡ୍ରିଲ୍‌‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହଠାତ୍ ନିଆଁ ଲାଗିଲେ ନିଜକୁ କିପରି ସୁରକ୍ଷିତ ରଖିପାରିବେ ସେନେଇ ଅଗ୍ନିଶମ କର୍ମଚାରୀ ମାନେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମକ୍‌‌ ଡ୍ରିଲ୍‌‌ ମାଧ୍ୟମରେ ଦେଖାଇଥିଲେ। ଏହି ମକ୍‌‌ ଡ୍ରିଲ୍‌‌ ଚାଲିଥିବା ବେଳେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ନେଇ ଅଗ୍ନିଶମ ଅଧିକାରୀ ଶ୍ରୀ ପାଢୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ