ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ବିୟୋଗରେ ଶୋକସଭା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅଧିନ ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ନନ୍ଦ କିଶୋର ପଣ୍ଡାଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ କୋଭିଡ୍ ନିୟମ ଅନୁଯାୟୀ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସ୍ୱର୍ଗତ ପଣ୍ଡାଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ସମାଜସେବୀ ବଳରାମ ପୃଷ୍ଟି, ନାରାୟଣ ବେହେରା, ବିଜୟ ଜେନା, ଶ୍ରୀକାନ୍ତ ସାହୁ, ଶିକ୍ଷାବିତ୍ ରମେଶ ମଣ୍ଡଳ, ଖଗେଶ୍ୱର ବାଇଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ସଭ୍ୟା ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ସ୍ୱର୍ଗତ ପଣ୍ଡା ଜଣେ ପରୋପକାରୀ, ଅନୁଷ୍ଠାନପ୍ରେମୀ ଥିଲେ । ତାଙ୍କ ବିୟୋଗରେ ଗଣିଜାଙ୍ଗ ପଞ୍ଚାୟତର ଅପୂରଣୀୟ କ୍ଷତି ହୋଇଛି ବୋଲି ବକ୍ତା ମାନେ କହିଥିଲେ ।