ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ବିଧାୟକ

ବୁଗୁଡା (ଅନିଲ ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର କନକ ଦୂର୍ଗା ବିଦ୍ୟାପୀଠର ପ୍ରତିଷ୍ଠାତା ସ୍ବର୍ଗତ ଉମେଶ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତି ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ ଅଗଷ୍ଟ ୨୯ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାର ଉନ୍ମୋଚିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ପୋଲାଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ସ୍ବର୍ଗତ ଉମେଶ ଚନ୍ଦ୍ର ମିଶ୍ରଙ୍କ ପୁତ୍ର ରଜନୀକାନ୍ତ ମିଶ୍ର, ଶ୍ରୀକାନ୍ତ ମିଶ୍ର, ନିଶିକାନ୍ତ ମିଶ୍ର ଓ ଦ୍ଵାରିକା ନାଥ ମିଶ୍ରଙ୍କ ସମେତ ସରପଞ୍ଚଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ବିଦ୍ୟାଳୟର ଶିକ୍ଷକ ବିକ୍ରମ ମହାରଣା, ଗୀତା ବିଷୋୟୀ, ସୁବୋଧକାନ୍ତ ସେଠୀ, ପ୍ରହଲ୍ଲାଦ ସାହୁ ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ପୋଲସରା ବ୍ଲକରେ କନକ ଦୁର୍ଗା ବିଦ୍ୟାପୀଠ ସ୍ମାର୍ଟ କ୍ଳାସ ବିଦ୍ୟାଳୟ ଭାବେ ମନୋନୀତ ହୋଇଥିବା ବେଳେ ବିଧାୟକ ଶ୍ରୀ ସାହୁ କାର୍ଯ୍ୟର ଅଗ୍ରଗତି ନେଇ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ