ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ଶ୍ରାଦ୍ଧବାର୍ଷିକ
ଭଣ୍ଡାରିପୋଖରୀ,( ଦୁର୍ଯ୍ୟୋଧନ ଲେଙ୍କା ) : ଭଣ୍ଡାରିପୋଖରୀ ବ୍ଲକ ମାଳଦା ଉଚ୍ଚ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଲକ୍ଷ୍ମୀଧର ନାୟକଙ୍କ ୨୦ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଶିକ୍ଷାବିତ ପ୍ରୀତିକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ସାମଲ, ନବକିଶୋର ପରିଡ଼ା, ଘନଶ୍ୟାମ ପରିଡା, ଖବରଦାତା ରାଜେନ୍ଦ୍ର ଶତପଥୀ, ଯୁବନେତା ଉତ୍କଳ କେଶରୀ ମହାନ୍ତି, ପ୍ରତ୍ୟୁଷ ସାମଲ ଯୋଗଦେଇ ବିଦ୍ୟାଳୟ ପ୍ରାଣ ପ୍ରତିଷ୍ଠାତା ଙ୍କ ସ୍ମୃତିଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ରାମଚନ୍ଦ୍ର ମହାନ୍ତି, ସଂଯତ କୁମାର ସାମଲ, ଯଦୁନାଥ ଦାସ, ଘନଶ୍ୟାମ ମହାନ୍ତି, ବିକାଶ କୁମାର ଦାସ, ପ୍ରସନ୍ନ ନାୟକ, ହରେକୃଷ୍ଣ ଦୋବେଇ ପ୍ରମୁଖ ଏଥିରେ ଯୋଗଦେଇଥିଲେ। ଏହି ଅବସରରେ ଅବସର ଗ୍ରହଣ କରିଥିବା ବିଜ୍ଞାନ ଶିକ୍ଷକ ଜଗନ୍ନାଥ ମହାନ୍ତିଙ୍କୁ ବିଦ୍ୟାଳୟ ପକ୍ଷରୁ ଅତିଥି ମାନେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ କରୁଣାକର ନାୟକ, ଧରଣୀଧର ନାୟକଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନେ ପରିଚାଳନା କରିଥିଲେ।