ବିଦ୍ୟାଳୟ ଭିତରେ ପ୍ରବେଶ କରୁଛି ନାର୍ଦ୍ଦମା ଓ ମଇଳା ପାଣି

ବୁଗୁଡା , (ଅନିଲ ମହାରଣା) : ସେପ୍ଟେମ୍ବର ୨୮ ତାରିଖ ଦିନ ମାତ୍ର ୨୦ ମିନିଟ ଲଗାଣ ବର୍ଷାରେ ରାସ୍ତାରେ ପାଣି ଜମିବା ସହ ନାର୍ଦ୍ଦମା ଓ ମଇଳା ପାଣି ବିଦ୍ୟାଳୟ ହାତ ମଧ୍ୟକୁ ପ୍ରବେଶ କରି ବିଦ୍ୟାଳୟ ହତା ମଧ୍ୟରେ ଆଣ୍ଠୁଏ ପାଣି ଜମିଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ସରକାରୀ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ପଢ଼ୁଥିବା ପ୍ରାଥମିକ ବିଭାଗର ବିଦ୍ୟାଳୟରେ। ବୁଗୁଡା ବ୍ଲକରେ ତିନିଗୋଟି ବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ହେବା ପାଇଁ ଘୋଷଣା ହୋଇଥିବା ବେଳେ ମାଣିତରା ହାଇ ସ୍କୁଲ ସେଥି ମଧ୍ୟରୁ ଅନ୍ୟତମ। ମାଧ୍ୟମିକ ବିଭାଗରେ ସ୍ମାର୍ଟ କ୍ଲାସ ପାଇଁ କାର୍ଯ୍ୟ ଚାଲିଥିବା ବେଳେ ଏଲିମେଣ୍ଟାରୀ ବିଭାଗର ହାତ ମଧ୍ୟରେ ଆଣ୍ଠୁଏ ପାଣି ଜମି ରହିବା ଦ୍ୱାରା ପ୍ରକୃତ ଲକ୍ଷ ହାସଲ ହୋଇପାରିବ ନାହିଁ। ଏଲିମେଣ୍ଟାରୀ ବିଭାଗ ବିଦ୍ୟାଳୟ ହାତ ମଧ୍ୟରେ ପାଣି ଜମିବା ଅଭିଯୋଗ ପରେ କିଛିମାସ ପୂର୍ବରୁ ବିଦ୍ୟାଳୟ ହତା ମଧ୍ୟରେ ପାଞ୍ଚୟତ ପକ୍ଷରୁ ମାଟି ପକାଇ ହତାକୁ ଉଚ୍ଚା କରାଯାଇଥିଲା। ହେଲେ ପ୍ରକୃତ ସମସ୍ୟା ହେଲା ବିଦ୍ୟାଳୟ ହାତାକୁ ଲାଗି ଯାଇଥିବା ଡ୍ରେଇନ ଜବର ଦଖଲରେ ରହିବା ଦ୍ୱାରା ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ। ଯାହା ଫଳରେ ସାମାନ୍ୟ ବର୍ଷା ହେଲେ ମାଣିତରାର ପ୍ରବେଶ ଛକରେ ପାଣି ଜମିବା ସହ ବିଦ୍ୟାଳୟର ପ୍ରବେଶ ପଥ ଦେଇ ବିଦ୍ୟାଳୟ ହତାକୁ ନାର୍ଦ୍ଦମା ଓ ଦୂଷିତ ପାଣି ପ୍ରବେଶ କରି ଆଣ୍ଠୁଏ ପର୍ଯ୍ୟନ୍ତ ପାଣି ଜମି ରହୁଥିବା ଦେଖିବାକୁ ମିଳୁଛି। ବିଦ୍ୟାଳୟରେ ପାଣି ପ୍ରବେଶ ବନ୍ଦ କରିବାକୁ ହେଲେ ଡ୍ରେଇନ କାର୍ଯ୍ୟ ନିର୍ମାଣ କରାଯାଇ ବର୍ଷା ପାଣି ଯେପରି ଯାଇପାରିବ ତାହାର ବ୍ୟବସ୍ଥା କରାଗଲେ ସ୍ଥାୟୀ ସମାଧାନ ହୋଇପାରିବ। ଗଞ୍ଜାମ ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ