ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ଦାୟୀତ୍ୱ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗକୁ ହସ୍ତାନ୍ତରିତ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପକ୍କାଘର ଓ ଅନ୍ୟାନ୍ୟ ଭିତ୍ତିଭୂମିର ରକ୍ଷଣା ବେକ୍ଷଣ ଏବଂ ସର୍ବନିମ୍ନ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି ପାଇଁ ଓଡିଶା ସରକାର ନୂତନ ପଦକ୍ଷେପ ନେଇଛନ୍ତି । ଓପେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଚିଠି ନଂ-୪୮୩୯/ସିଡବ୍ଲୁ/୧୯/ତା-୧୧-୭-୧୯ ରିଖରେ ସମସ୍ତ ଜିଲାପାଳ ତଥା ଅଧ୍ୟକ୍ଷ ସର୍ବଶିକ୍ଷା ଅଭିଯାନକୁ ଲେଖିଥିବା ଚିଠିରେ ଗ୍ରାମାଞ୍ଚଳର ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଓ ସର୍ବନିମ୍ନ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିବା ନିମନ୍ତେ ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗକୁ ହସ୍ତାନ୍ତରିତ କରାଯାଇଥିବା ଉଲ୍ଲେଖ କରାଯାଇଛି । ଏସମସ୍ତ ଭିତ୍ତିଭୂମି ବିକାଶ ଓ ରକ୍ଷଣାବେକ୍ଷଣ ବ୍ଲକ ତଥା ଗ୍ରାମ ପଞ୍ଚାୟତ ସ୍ତରରେ କରାଯିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା(ଜିପିଡିପି)ରେ ସଂପୃକ୍ତ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଦ୍ୟାଳୟ ଗୁଡିକର ଆବଶ୍ୟକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଓ ବିକାଶକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏସଂକ୍ରାନ୍ତରେ ସଂପୃକ୍ତ ବିଇଓ ମାନେ ବିଡିଓ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ସହିତ ଯୋଗସୂତ୍ର ରକ୍ଷା କରିବା ନିମନ୍ତେ ମଧ୍ୟ ଚିଠି ନଂ-୪୮୪୧/ସିଡବ୍ଲ୍ୟୁ/୧୯ ମୂଳେ ନିର୍ଦ୍ଦେଶ ଦିଆଯାଇଛି ।


