ବିଦ୍ୟାଳୟ ଯିବା ପାଇଁ କାଠପୋଲ ଭରଷା, ବାଜିରେ ଲାଗୁଛି ଛାତ୍ର ଛାତ୍ରୀ ଙ୍କ ଜୀବନ

ମୋହନା, (ଅଂଶୁମାନ ପଣ୍ଡା):ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସ୍ମାର୍ଟ କରାଇବା ଉଦେଶ୍ୟରେ ଅନେକ ଯୋଜନା ମାଧ୍ୟମରେ ସରକାର ରାଜ୍ୟ ରାଜକୋଷରୁ ବ୍ୟୟ କରୁଛନ୍ତି ଅମାପ ସମ୍ପତ୍ତି । ହେଲେ ବିଭିନ୍ନ ଅଞ୍ଚଳରେ ତଥାପି ସୁଧୁରି ପାରୁନି ଶିକ୍ଷା ବ୍ୟବସ୍ଥା । କାଙ୍ଗାଳ ହୋଇଗଲା କି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ! ସରିଗଲାକି ରାଜ୍ୟ ରାଜକୋଷରୁ ଅର୍ଥ ? ନା ଏସି ରୁମ୍ ରେ ବସି ତମାସା ଦେଖୁଛନ୍ତି ଶିକ୍ଷା ବିଭାଗର ନେତା ଓ ଅଧିକାରୀ !ନା ବିଦ୍ୟାଳୟ ଉନ୍ନତିକରଣ ଯୋଜନା ନାମରେ ଲୁଟ୍ ହେଉଛି ସରକାରୀ ଅର୍ଥ ? ଏ କଥା କାହିଁକି ଆମେ କହୁଛୁ ?ଏଭଳି ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ସୃଷ୍ଟି ହେବ ! କାହିଁକି ନା ଏବେ ଟିକିଏ ନଜର ପକାଇବା ଏହି ଦୃଶ୍ୟ ଉପରେ ।କିଭଳି କୋମଳମତି ଛାତ୍ରଛାତ୍ରୀମାନେ ଗୋଟିଏ ବିପଦପୁର୍ଣ୍ଣ କାଠପୋଲ ଉପରେ ଯାତାୟତ କରୁଛନ୍ତି । ଆଉ କାଠପୋଲ ଉପରେ ଚାଲିବା ବେଳେ ତଳ ଉପର ହୋଇ ଦୋହଲୁଛି କାଠ ।ଟିକିଏ ଅସାବଧାନତା ହେଲେ ପିଲାମାନେ ପଡିଯିବାର ଭୟରହିଛି ।ଦେଖିଲେ ଲାଗୁଛି କାଳେ ପିଲାମାନେ ପଡିଯିବେକି ।କିଛି ଅଘଟଣ ଘଟିଯିବକି ତଥାପି ଏମିତି ବିପଦପୂର୍ଣ୍ଣ କାଠପୋଲ ଉପରେ ଦୈନନ୍ଦିନ ଯାତାୟତ କରୁଛନ୍ତି ଛାତ୍ର ଛାତ୍ରୀ ଓ ଗ୍ରାମବାସୀ । ଯିବାକୁତ ହେବ।କାରଣ ପିଲା ପାଠପଢିବେ ଆଉ ଗ୍ୟାନ ଅର୍ଜନ କରିବେ ।ୟେ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ କଟାମା ପଞ୍ଚାୟତ ଖଣ୍ଡବା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମୁଖରେ ଥିବା କାଠପୋଲ ଉପରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଯାତାୟତ କରୁଥିବା ର ଦୃଶ୍ୟ ।ଏହି ଗ୍ରାମଟି ଦୂର୍ଗମ ଅଞ୍ଚଳରେ ରହିଥିବା ବେଳେ ଏହି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ୨୦୧୩ ମସିହାରେ ସରକାର ପ୍ରତିଷ୍ଠା କରିଥିଲେ ଗୋଟିଏ ସରକାରୀ ପ୍ରାଥମିକ ବିଦ୍ୟାଳୟ । ୧ମ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଗ୍ରାମର ୨୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏଠାରେ ଶିକ୍ଷା ଗ୍ରହଣ କରୁଥିବା ବେଳେ ଶିକ୍ଷା ଦାନ ପାଇଁ ଦୁଇ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତ ଅଛନ୍ତି ।ହେଲେ ବିଦ୍ୟାଳୟ ଯିବା ପୂର୍ବରୁ ବିଦ୍ୟାଳୟ ସମୁଖରେ ଗୋଟିଏ ନାଳ ରହିଛି । ଯାହାକି ବର୍ଷା ଦିନ ହୋଇଗଲେ ଗାଁ ଠାରୁ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଯିବା ଅସମ୍ଭବ ।ତେଣୁ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏଠାରେ ଏମିତି ପୋଲ ନିର୍ମାଣ ହୋଇଛି । ଆଉ ଏହି ବିପଦସଂକୁଳ ପୋଲ ଉପର ଦେଇ ଏମିତି ଦୈନନ୍ଦିନ ଯାତୟତ କରୁଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ତେଣୁ ଗ୍ରାମବାସୀ ଏଠାରେ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏଥିପାଇଁ କେହି ଗୁରୁତ୍ୱ ଦେଉନଥିବା କହିଛନ୍ତି ।ସେପଟେ ଏଠାରେ ଗୋଟିଏ ପୋଲ ସରକାର ନିର୍ମାଣ କରିଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ ।ଅନ୍ୟପଟେ ବିଦ୍ୟାଳୟ ପରିସରରେ ଲଟାବୁଦା ମାଡିଗଲାଣି ।ନା ଅଛି ରୋଷେଇ ଘର ନା ଅଛି ଶୌଚାଳୟର ବ୍ୟବସ୍ଥା ।ବର୍ଷା ଦିନେ ଛାତରୁ ଗଳୁଛି ପାଣି ।ପାନୀୟଜଳ କଥା ନକହିବା ଭଲ ।ଏମିତି ପାହାଡିଆ ଝରଣା ଜଳକୁ ସଂଚୟ କରି ସ୍କୁଲ ପରିସରରେ ପାଣି ଟାଙ୍କି ବ୍ୟବସ୍ଥା କରାଯାଇ ଅସ୍ୱଛ ପରିବେଶ ମଧ୍ୟରେ ଷ୍ଟାଣ୍ଡ ପୋଷ୍ଟ ବସାଯାଈଛି ।ସେଥିରୁ ଅହରହ ପାଣି ବାହାରୁଥିବା ବେଳେ ପରିଷ୍କାର ପରିଛନ୍ନ କରାଯାଉନଥିବାରୁ ଦୂଷିତ ପରିବେଶ ସୃଷ୍ଟି ହୋଇଛି।ଆଉ ସେଠାର ପାଣିକୁ ହିଁ ପାନୀୟଜଳ ରୂପେ ବ୍ୟବହାର କରାଯାଉଛି ।ଏଭଳି ପାଣି ବ୍ୟବହାର କରିବା ଦ୍ବାରା ଗାଁରେ କେତେବେଳେ ଯେ ମହାମାରୀ ବ୍ୟାପିବାର ଯଥେଷ୍ଟ ସଂଭାବନା ରହିଛି । ଏଭଳି ସମସ୍ୟାର ସମାଧାନ କରିବା ନେଇ ନେତା ଓ ସରକାରୀ ବାବୁଙ୍କୁ ଗୁହାରୀ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ତେବେ ଉକ୍ତ ଗ୍ରାମକୁ ପରିଦର୍ଶନ କରିଥିଲେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା କୁନ୍ତଳା ମଳିକ ।ଏନେଇ ସେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ