ବିଦ୍ୟାଳୟ ଶ୍ରେଣୀଗୃହରୁ ବିଷଧର ସାପ ଉଦ୍ଧାର
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହରୁ ପୁଣି ଏକ ବିଷଧର ସାପ ଉଦ୍ଧାର କରାଯାଇଛି l ସୋମବାର ସକାଳ ୧୦ ଟାରେ ବିଦ୍ୟାଳୟ ଖୋଲିବା ପରେ ଛାତ୍ର ମlନେ ଶ୍ରେଣୀ ଗୃହକୁ ଯାଇଥିଲେ l ତେବେ ଶ୍ରେଣୀ ଗୃହରେ ଏକ ବିଷଧର ସାପ ଥିବା ଦେଖି ଭୟରେ ଛାତ୍ର ମାନେ ବାହାରକୁ ଆସିଥିଲେ l ବିଦ୍ୟାଳୟ କର୍ତୃପକ୍ଷ ତୁରନ୍ତ ମୋହନା ବନ ବିଭାଗ କୁ ଖବର ଦେଇଥିଲେ l ବନ ବିଭାଗ କର୍ମଚାରୀ ପହଞ୍ଚି ସlପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି l ଉଦ୍ଧାର ହୋଇଥିବା ବିଷଧର ସାପ ବନ ସୁନ୍ଦରୀ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l