ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ଗଣଧାରଣା

ଛତ୍ରପୁର, (ଦେବଦତ୍ତ ମହାରଣା) :-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ କରାଯାଇଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ଅବଲମ୍ୱେ ଖୋଲିବା ଦାବିରେ ଆଜି ଦିଗପହଣ୍ଡି ବ୍ଲକର ନୂଆଁ ଘନସିଂ, ଗୋବରବାଲସା ଏବଂ ବିଜୟ ନଗର ଗତ, ପୁରୁଷୋତ୍ତମପୁର ବ୍ଲକର ଢ଼େପ ଅନ୍ତରିଗାଁ, ଶେରରଗଡ଼ ବ୍ଲକର କମଳାଦେଇପୁର ଆଦି ଗ୍ରାମର ଅଭିଭାବକ /ଅଭିଭାବିକା ଏବଂ ଛାତ୍ର ଛାତ୍ରୀଙ୍କ ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ଗଣଧାରଣା ଦିଆଯାଇଛି l ଅପରାହ୍ନ 4 ଟା ସମୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାକୁ ଯାଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ଛତ୍ରପୁର ଥାନା କୁ ଉଠାଇ ଆଣି ଅଟକ ରଖିଥିଲେ l ପରେ ଏହାର ପ୍ରତିବାଦରେ ସଭାସ୍ଥଳରେ ବସି ଥିବା ସମସ୍ତ ଛାତ୍ରଛାତ୍ରୀ ,ଅଭିଭାବକ ଥାନା କୁ ଘେରାଉ କରିବା ସହ ପୋଲିସ ପ୍ରଶାସନ ଓ ଜିଲ୍ଲାପ୍ରଶାସନ ବିରୁଦ୍ଧରେ ବିଭିନ୍ନ ନାରାବାଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଥିବା ବ୍ୟକ୍ତି ଦୁଇଜଣ ହେଲେ ବିଦ୍ୟାଳୟ ସୁରକ୍ଷା ଗଞ୍ଜାମ ଜିଲ୍ଲା କମିଟି ର ଆବାହକ ସୋମନାଥ ବେହେରା ଓ କର୍ମକତ୍ତା ନାରାୟଣ ସାହୁ l ଘଟଣା ସ୍ଥଳରେ ଉତେଜନା ଜାରି ରହିଥିଲା l ଏହାର ସୂଚନା ପାଇ ଘଟଣା ସ୍ଥଳ କୁ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ,ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ତହସୀଲଦାର ଜସ୍ମିନ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡ଼ଙ୍ଗୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷିତ ଦାସ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଆନ୍ଦୋଳନରତ ଥିବା କିଛି ପ୍ରତିନିଧି ମାନଙ୍କ ସହ ଘଟଣା ସମ୍ପର୍କ ଆଲୋଚନା କରିଥିଲେ l ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରାଯାଇ ସାତ ଦିନ ଭିତରେ ଏକ ଟିମ ଅଂଚଳ ଗୁଡିକ ଗ୍ରସ୍ତ କରି ଅନୁଧ୍ୟାନ କରିବେ ଏବଂ ରାଜ୍ୟ ସରକାରଙ୍କ ଏ ବିଷୟରେ ଜଣାଇବେ ବୋଲି ଆଲୋଚନା ହୋଇଥିଲା l ସେପଟେ ଥାନାରେ କିଛି ଘଣ୍ଟା ଧରି ଅଟକ ଥିବା ନେତାଙ୍କୁ ମଧ୍ୟ ପୋଲିସ ଛାଡିଥିଲେ l ପରେ ଆନ୍ଦୋଳକାରୀ ମାନେ ଦୁଇ ନେତା ଙ୍କ ସହ ଥାନା ପରିସର ରୁ ବାହାରି ଜିଲ୍ଲାପାଳଙ୍କ ସମ୍ମୁଖରେ ଚାଲିଥିବା ଗଣଧାରଣା ରେ ଯୋଗଦେଇଥିଲେ l ଖବର ଲେଖା ହେଲା ପର୍ଯ୍ୟନ୍ତ ଏହି ଧାରଣା ସ୍ଥଳରେ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ l ଖରାରେ କାହିଁକି ଛୋଟ ଛୋଟ ଶିଶୁ ମାନଙ୍କୁ ଧରି ଆନ୍ଦୋଳନ କୁ ଆସିଛନ୍ତି ଜିଲ୍ଲାପାଳଙ୍କୁ 4ଟା ବେଳେ ଭେଟିବାକୁ ବିଦ୍ୟାଳୟ ସୁରକ୍ଷା କମିଟି ର ନେତା ମାନଙ୍କୁ ଜିଲ୍ଲାପାଳ କହିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ