ବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୂର୍ଣାମେଣ୍ଟ ଉଦଯାପିତ
ରାଇରଙ୍ଗପୁର(ଯୁଗାବ୍ଦ ନ୍ୟୁଜ୍): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଷ୍ଟାଡିୟମରେ ୩ ଦିବସୀୟ ତୃତୀୟ ବାର୍ଷିକ ରାଜେଶ ମେମୋରିଆଲ ବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୂର୍ଣାମେଣ୍ଟ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ଅଂଚଳର ୬ ଟି ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ । ସେଗୁଡିକ ହେଲା କେନ୍ଦ୍ରୀୟ ବିଦ୍ୟାଳୟ,ସନସାଇନ ସ୍କୁଲ,ପିଏଚଏସଆର, ସ୍ପର୍ଶ ପବ୍ଲିକ ସ୍କୁଲ, ରାଇରଙ୍ଗପୁର ହାଇସ୍କୁଲ ଏବଂ ଲିଟିଲ୍ ଫ୍ଲାଓ୍ବାର ସ୍କୁଲ’ ଅଂଶ ଗ୍ରହଣ କରି ଦର୍ଶକଙ୍କୁ ଚମତ୍କାର ଖେଳ ଦେଖାଇ ଥିଲେ । ଫାଇନାଲରେ ଲିଟିଲ୍ ଫ୍ଲାଓ୍ବାର ସ୍କୁଲ ୧୪ ଓଭର ଖେଳି ୬ ଉଇକେଟ ହରାଇ ୧୧୧ ରନ କରିଥିଲେ ଏବଂ ବିପକ୍ଷ ଦଳ ୧୫ଓଭର ଖେଳି ୮ଉଇକେଟ ହରାଇ ୧୧୦ ରନ କରିଥିଲେ । ଶେଷରେ ଲିଟିଲ୍ ଫ୍ଲାଓ୍ବାର ସ୍କୁଲକୁ ଚମ୍ପିୟାନ ଘୋଷଣା କରାଯାଇଥିଲା ।ଖେଳରେ ଅମ୍ପାୟାର ରାଜୁ ଏବଂ ବ୍ରାଭୋ ନିଖୁଣ ଭାବରେ ଦାୟିତ୍ବ ନିଭାଇଥିଲେ । ମୁଖ୍ୟ ଅତିଥି ଶିକ୍ଷାବିତ୍ ଦେବବ୍ରତ ଦାସ, ସମ୍ମାନିତ ଅତିଥି ସାଂସ୍କୃତିକ ଓ ସାମାଜିକ ସଂଗଠନ ପ୍ରେମୀ କାଳୀ ପ୍ରସନ୍ନ ମହାନ୍ତି-,ବାମନଘାଟୀ ଫୁଟବଲ ସଂଘ ସଂପାଦକ କିଶୋର ମହାନ୍ତ,ଅମିତ ମୋଦିଂକ,ଭଜହରି ମହାନ୍ତ, କ୍ରୀଡା ଶିକ୍ଷୟତ୍ରୀ କଳ୍ପନା ମହାପାତ୍ର,ମନ ମୋହନ ପ୍ରମାଣିକ ପ୍ରମୁଖ ଯୋଗଦେଇ ଖେଳାଳି ଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ । ବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୂର୍ଣାମେଣ୍ଟ କରାଇ ବିଦ୍ୟାଳୟ ମଧ୍ୟରୁ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଓ ପ୍ରତିଭା ଚିହ୍ନିବା ଦାୟିତ୍ବ ଲିଟିଲ୍ ଫ୍ଲାଓ୍ବାର ସ୍କୁଲର ପ୍ରତିଷ୍ଠାତା କାଳୀ ପ୍ରସନ୍ନ ମହାନ୍ତିଙ୍କ ଉଦ୍ୟମକୁ ସାଧାରଣରେ ତଥା କ୍ରିକେଟ ପ୍ରେମୀ ମହଲରେ ପ୍ରଶଂସା କରାଯାଇଛି ।