ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

  • ହିଞ୍ଜିଳିକାଟୁ, (ସୁଧାନିଧି ଚୌଧୁରୀ): ହିଞ୍ଜିଳିକାଟୁ ପୌରାଞ୍ଚଳ ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟାମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସଏମଆଇଟି ପରିଚାଳନା ନିର୍ଦ୍ଦେଶକ ଡ଼. ଭଗବାନ ଗନ୍ତାୟତ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟର ଅ୍ରଧ୍ୟକ୍ଷ ଡ. ନିହାର ରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଅଧ୍ୟକ୍ଷା ଲିଲିରାଣୀ ନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ସହକାରୀ ପ୍ରାଧ୍ୟାପକ ବିଶ୍ୱନାଥ ପୃଷ୍ଟି ଯୋଗଦେଇ ବିଜ୍ଞାନ ପଦର୍ଶନୀ ବୁଲି ଦେଖିବା ସହ ଶିଶୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ଭବିଷ୍ୟତ କିପରି ଗଠନ କରିପାରିବେ ସେ ନେଇ ମତବ୍ୟକ୍ତ କରିଥିଲେ । ଆୟୋଜିତ ପଦର୍ଶନୀରେ ୧୦୦ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ପଦର୍ଶିତ କରାଯାଇଥିଲଶ । ପରିଶେଷରେ ଶ୍ରେଷ୍ଠ ପଦର୍ଶନ କରିଥିବା କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲଶ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅଜିତ କୁମାର ପାଢି ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ