ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା ଆୟୋଜିତ

ଗଂଜାମ, (ବିନୋଦ ପଲାଇ) :-ଲଷ୍ମୀପୂର ପ୍ରାଥମିକ ବିଦ୍ୟାଳୟ, ପାଳିବନ୍ଦ କ୍ଲଷ୍ଟର ଗଞ୍ଜାମରେ ଆୟୋଜିତ ଏହି କାର୍ଯକ୍ରମରେ ଏ ଇଶ୍ୱର ରେଡି ବିଦ୍ୟାଳୟ ପରିଚାଳନା କମିଟି ସଭାପତି , ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗୀରଥି ବେହେରା ମୁଖ୍ୟ ଅତିଥି, , ଭାଗୀରଥି ପଣ୍ଡା ମୁଖ୍ୟ ବକ୍ତା ଓ ଗଞ୍ଜାମ ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ଚନ୍ଦ୍ର ବେହେରା ,ପାଳିବାନ୍ଧ ପଂଚାୟତ ନାଏବ ସରପଞ୍ଚ କୃଷ୍ଣ ପ୍ରଧାନ, ଶିକ୍ଷାବିତ ଦୁର୍ଯ୍ୟୋଧନ ରେଡି, ସିଆରସିସି ସୁରେନ୍ଦ୍ର ନାଥ ସେଠୀ, ମହେଶ ବେହେରା ଦାମୋଦର ପଣ୍ଡା, ରବୀନ୍ଦ୍ର କୁମାର ସେଠୀ, ବିପ୍ର ଚରଣ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ପଠନରେ ଏସ୍ ଦେବାନନ୍ଦ ରେଡି, କେ ଦିପୁ ରେଡି, କେ. ଚନ୍ଦ୍ରଶେଖର ରେଡି କବିତା ଆବୃତ୍ତିରେ ଜି . ସୁଜାତା ରେଡି ଏନ୍ କବିତା ରେଡି, ଏମ୍ ଚୁମକି ରେଡି, ଲିଖନରେ ବି ଭା୍ନୁପ୍ରିୟା ରେଡି, ଆର୍ ଜୀବିକା ରେଡି, ଏସ୍ ଦେବାନନ୍ଦ ରେଡି , କେ କନିଷ୍କ ରେଡି ଓ ଜି ଜୀନା ରେଡି ଆଦି ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ନିଜ ଦକ୍ଷତାର ପରିଚୟ ଦେଇଥିଲେ । ଭାଷା ଓ ସାହିତ୍ୟ ମାଧ୍ୟମରେ ପିଲାଙ୍କ ଭିତରେ ବିଭିନ୍ନ ଦକ୍ଷତା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଜ୍ୟୋସ୍ନାରାଣୀ ବେହେରା ଓ ସହଯୋଗୀ ଶିକ୍ଷକ , ମନୋଜ ସାହୁ , ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପିଲାମାନଙ୍କୁ ଅତିଥିଙ୍କ ଦ୍ଵାରା ପ୍ରଶଂସା ପତ୍ର ଓ ପୁସ୍ତକ ପ୍ରଦାନ କରାଯିବା ସହ ଶ୍ରୀ ଭାଗିରଥି ପଣ୍ଡା ଙ୍କୁ ଆଞ୍ଚଳିକ ପ୍ରତିଭା ରୂପେ ସମ୍ମାନୀତ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଗ୍ରାମବାସୀ ବିଶେଷକରି ମାତା ମାନେ ଯୋଗ ଦେଇ କାର୍ଯ୍ୟକ୍ରମର ବହୁମୁଖୀ ଉଦ୍ଦେଶ୍ୟ ବୁଝିବା ସହିତ ଉପଭୋଗ କରିଥିଲେ | ଶେଷରେ ଶିକ୍ଷକ ମନୋଜ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ