ବିଦ୍ୟାଳୟ ୫ଟି କାର୍ଯ୍ୟ ଶୁଭାରମ୍ଭ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ ଅଧିନ କଣ୍ଟି ଓ ବିଜୟ ଗୋବିନ୍ଦ ଉଚ୍ଚ ବିଦ୍ୟାଳୟ ଏବେ ୫ଟି ଯୋଜନାରେ ସାମିଲ ହୋଇଥିବା ବେଳେ ରୂପାନ୍ତରିକରଣ କାର୍ଯ୍ୟ ପାଇଁ ଆଜି ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଛି। ସରପଞ୍ଚ ସାଧନାଞ୍ଜଳି ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତଲକାନ୍ତି ସାମଲ ଓ ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି ଯୋଗ ଦେଇଥିଲେ। ରୂପାନ୍ତରିକରଣ କାର୍ଯ୍ୟ ପାଇଁ ଅତିଥି ଦ୍ୱୟ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବା ବେଳେ କାମକୁ ଶୀଘ୍ର ସାରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର ନାଥ ଧଳ, ଦିବାକର ଜେନା, ଶରତ ରାଉତ, ଯୁବନେତା ସଦାଶିବ ବଳ, ଅଭୟ ମହାପାତ୍ର, ରାଜେଶ କୁମାର ବାରିକ, ବିଶ୍ୱଜିତ ସାମଲ, ସତୀଶ ରାଉତ, ଭାଗେଶ୍ୱର ବେହେରା, ଇତିକାନ୍ତ ଧଳ, ରମାକାନ୍ତ ସାମଲ, ସୁଧାକର ମହାନ୍ତି, ଦିଲ୍ଲୀପ ଶଙ୍ଖୁଆ, ହରେକୃଷ୍ଣ ବେହେରା, ସଦାନନ୍ଦ ଆଇଚ ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡି ନେତା ଦେବ ପ୍ରସନ୍ନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।