ବିଦ୍ୟା ପବ୍ଲିକ ସ୍କୁଲରେ ବିଜ୍ଞାନମେଳା ଅନୁଷ୍ଠିତ

ଗଞ୍ଜାମ, (ଵିନୋଦ ଚନ୍ଦ୍ର ପଲେଇ):ଗଞ୍ଜାମ ଏନ.ଏ.ସି ଅନ୍ତର୍ଗତ ଵିଦ୍ୟାପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ଯୋଷ୍ନା ରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଅଛି । ଉତ୍କକାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପରେ ଏସ.ଜି.ସି ମୁଖ୍ୟ ଶଶି ଭୂଷଣ ମହାନ୍ତି ଯୋଗ ଦେଇ ଶିଶୁଙ୍କୁ ଦେଶ ପାଇଁ ବିଜ୍ଞାନ ର ଆବଶ୍ୟକତା ବିଷୟରେ ସୁନ୍ଦର ଭାବରେ ବୁଝାଇ ଥିଲେ ।ବିଜ୍ଞାନ ମେଳାର ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ସହ ଗୋଷ୍ଟୀ ଶିକ୍ଷା ଅଧିକାରୀ ବିଜୟ ବେହେରା ଯୋଗ ଦେଇ ଛାତ୍ର /ଛାତ୍ରୀ କିପରି ଭବିଷ୍ୟତରେ ବଡ ବୈଜ୍ଞାନିକ ହୋଇ ଦେଶର ଗୌରବ ରକ୍ଷା କରିବେ,ଶିଶୁଙ୍କୁ କହି ଥିଲେ।ବିଦ୍ୟାଳୟର ଛାତ୍ର/ଛାତ୍ରୀ ପ୍ରାୟ ୩୧ ଗୋଟି ପ୍ରକଳ୍ପ ଆଣିଥିଲେ। ପର୍ଯ୍ୟବେକ୍ଷକ ରୂପେ ସୁବଳୟା ମହାବିଦ୍ୟାଳୟର ଅଧ୍ୟାପିକା ଅନିତା ମିଶ୍ର, ହୁମ୍ମା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାମୋଦର ପଣ୍ଡା,ସୁଶ୍ରୀ ଡି.ଦେବ୍ୟାନି ରେଡ୍ଡୀ, ଖଲ୍ଲିକୋଟ ଉଦ୍ୟାନ ବିଭାଗର ପର୍ଯ୍ୟବେକ୍ଷକ ଏ. ନଗରାଜ୍ ରେଡ୍ଡୀ ଯୋଗ ଦେଇ ଛାତ୍ର/ଛାତ୍ରୀମାନଙ୍କ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ। ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ଅଳକା ସାହୁ ଯୋଗ ଦେଇଥିଲେ।ବିଦ୍ୟାଳୟର ଗୁରୁମା ଗଣ ରଶ୍ମିତା ସ୍ୱାଇଁ,ରଶ୍ମିତା ସାହୁ,ମିତା ଜେନା,ସଞ୍ଜନା ଆଚାର୍ଯ୍ୟ, ସରିତା ଯାଦବ,ପଲ୍ଲବୀ ପଣ୍ଡା,ନମିତା ,ପ୍ରଣତି ଦାସ ପ୍ରଭୁତି ବିଦ୍ୟାଳୟର ଛାତ୍ର/ଛାତ୍ରୀଙ୍କ ପ୍ରକଳ୍ପ ପରିଚାଳନା ଦାୟିତ୍ଵରେ ଥିଲେ। ସମଗ୍ର ବିଜ୍ଞାନ ମେଳା ର ଦାୟିତ୍ଵ ଵିନୋଦ ଚନ୍ଦ୍ର ପଲେଇ ଓ ପ୍ରଭାତ ମହାରଣା ଗୁରୁଜୀ ପରିଚାଳନା କରିଥିଲେ। ପରିଶେଷ ରେ ଶିକ୍ଷକ ଵିନୋଦ ଚନ୍ଦ୍ର ପଲେଇ ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ