ବିଦ୍ୟା ପବ୍ଲିକ ସ୍କୁଲର ଷଷ୍ଠତମ ବାର୍ଷିକ ଉତ୍ସବ
ଗଞ୍ଜାମ – ବିଦ୍ୟା ପବ୍ଲିକ ସ୍କୁଲ ର ଷଷ୍ଠତମ ବର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି ଅଞ୍ଜନ କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟଅତିଥି ରୂପେ ଗଂଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇ ଶିକ୍ଷାହେଉଛି ଏକ ଏଭଳି ଅସ୍ତ୍ର ଯାହା ଆମର ଜ୍ଞାନ କୁ ବଢ଼ାଇଥାଏ ।ଏହାର ଯେତେ ପ୍ରଚାର ପ୍ରସାର ହେବ ଆମର ଲାଭ ହେବ । ଆଜିର ସମୟରେ ନିଜର ବେକ୍ତିଗତ ସ୍ୱାର୍ଥ ସହ ଦେଶମାତୃକା ର ସେବା ପାଇଁ ବିଦ୍ୟାର୍ଥୀ ମାନେ ଆଗ୍ରହୀ ହେବା ଦରକାର ବୋଲି କହିଥିଲେ। ସମ୍ମାନିତ ଅତିଥିରୁପେ ଭାରତୀୟ ଷ୍ଟେଟବ୍ୟାଙ୍କ ର ସି.ଏମ-ମହେନ୍ଦ୍ର କୁମାର ବାଗାତି, ଗ୍ରାସୀମ ଇଣ୍ଡୋଷ୍ଟିର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି , ଏବିଇଓ ବିଜୟ କୁମାର ବେହେରା, ବରିଷ୍ଠ ସମାଜ ସେବୀ ତ୍ରିନାଥ ପାଣିଗ୍ରାହୀ ଯୋଗଦେଇ ଆଜିର ସମୟରେ ପାଠ ସହ ଚରିତ୍ର ଗଠନ,ଶୃଙ୍ଖଳା, ସମୟାନୁବର୍ତିତା, କର୍ତ୍ତବ୍ୟ ନିଷ୍ଠା, ଗୁରୁଜନମାନଙ୍କୁ ସଂମ୍ମାନ, ମହାପୁରୁଷ ମାନଙ୍କ ର ଜୀବନି ପଢ଼ାଇବା ର ଆବଶ୍ୟକତା ରହିଛି । ଯାହା ଫଳରେ ସେମାନ ଙ୍କ ବେକ୍ତିତ୍ୱ ବିକାଶ ସହ ସମାଜ ର ଉନ୍ନତି ରେ ସହାୟକ ହେବ ବୋଲି କହିଥିଲେ । ସ୍ୱତନ୍ତ୍ର ଆକର୍ଷଣ ଅତିଥି ରୂପେ ହାସ୍ୟଅଭିନେତା ରବିମିଶ୍ର ଓ କଣ୍ଠଶିଳ୍ପୀ ସଂଗୀତ ପାଢ଼ୀ ଯୋଗଦେଇଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ ଜୋସ୍ନା ରାଣୀ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ଧନ୍ୟବାଦ ଅର୍ପଣ କରିଥିଲେ ଉପସଭାପତି ବିନୋଦ ଚନ୍ଦ୍ର ପଲେଇ । କାର୍ୟ୍ୟକ୍ରମ କୁ ଶିକ୍ଷୟତ୍ରୀ ପି.ସୁଜାତା, ବନିତା ପାଣିଗ୍ରାହୀ, ସୁଦଷ୍ଣା ପଣ୍ଡା, ଦୀପ୍ତି ରାଣୀ ବେହେରା, ଶିଳ୍ପା ରେଡି ପରିଚାଳନା କରିଥିଲେ । ନୃତ୍ୟ ଗୁରୁ ଶୁଭଦର୍ଶନୀ ସ୍ୱାଇଁ ଙ୍କର ତ୍ୱତାବଧନରେ ବିଦ୍ୟାର୍ଥୀ ମାନେ ରଙ୍ଗାରଙ୍ଗ ସଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା ।