ବିଦ୍ୟୁତକରଣ ହେଲା ବାରୂଅ ଇନ୍ଦିରା କଲୋନୀ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ୭ନମ୍ବର ଜିଲ୍ଲା ପରିଷଦ ଜୋନ ଅଧିନ ବାରୋ ପଂଚାୟତର ନବଦୋୟ ବିଦ୍ୟାଳୟ ନିକଟ ଇନ୍ଦିରା କଲୋନୀଟି ଦୀର୍ଘ ୧୫ବର୍ଷରୁ ଉର୍ଦ୍ଧ୍ୱ ହେବ ବିଦ୍ୟୁତ କରଣ କରାଯାଇନଥିଲା । କଲୋନୀବାସୀଙ୍କ ପକ୍ଷରୁ ଏଥି ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା । ଏସମ୍ପର୍କରେ ଜାଣିବା ପରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଘଟଣା ସମ୍ପର୍କରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଅବଗତ କରାଇ ଯେମିତି ସେହି କଲୋନିକୁ ବିଦ୍ୟୁତ କରଣ କରାଯାଏ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସେହି ଇନ୍ଦିରା କଲୋନିରେ ବିଦ୍ୟୁତ କରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଖୁବ ଶୀଘ୍ର ସେଠାରେ ବିଦ୍ୟୁତ କରଣ କାର୍ଯ୍ୟ ଶେଷ ହୋଇ ବିଦ୍ୟୁତ ଯୋଗାଣ ଆରମ୍ଭ ହେବାକୁ ଯାଉଥିବାରୁ କଲୋନୀବାସୀ ଉଭୟ ଜିଲ୍ଲା ପରିଷଦ ସଭାପତି ଶ୍ରୀ ପରିଡା ଓ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ କୃତଜ୍ଞତା ଜଣାଇଛନ୍ତି ।