ବିଦ୍ୟୁତବିଭାଗ କର୍ମଚାରୀଙ୍କ ଥର୍ମାଲ ସ୍କ୍ରିନିଙ୍ଗ

ସୋରଡା , (ରଜନୀ ମହାପାତ୍ର): ସୋରଡା ସାଉଥ କୋ ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରାଯାଇଛି। କୋବିଡ ୧୯ ସମୟ ରେ ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ଦିନ ରାତି , ବର୍ଷା, ଖରା, ଶୀତ ରେ ଅହରହ କର୍ତବ୍ୟରତ ଥିବା ବେଳେ ସେମାନକ ଜୀବନ ମଧ୍ୟ ଏକ ପ୍ରକାର କୋରୋନା ବାଜି ରେ ଲାଗିଛି। ତେଣୁ ବର୍ତମାନ ସେମାନଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରାଯାଇଛି। ସୋରଡା ବିଦ୍ୟୁତ ବିଭାଗ ଏସ ଡି ଓ ବିମଳ ସାହୁ , ଜନ୍ତ୍ରୀ ଆଦିତ୍ୟ ପ୍ରସାଦ ଚୌଧୁରି ସମେତ ସମସ୍ତ କର୍ମଚାରୀ ଙ୍କ ଟେଷ୍ଟ କରାଯାଇଛି। କୋବିଡ ୧୯ ପାଇଁ ବର୍ତମାନ ନିଯୋଜିତ ଡାକ୍ତର ଅଜିତ ପାଣିଗ୍ରାହୀ, ଆଇ ସି ଟି ସି କାଉନସିଲର ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି ସ୍କ୍ରିନିଙ୍ଗ କରିଥିଲେ। ସୋରଡା ରେ ଡାକ୍ତର ଅଜିତ ପାଣିଗ୍ରାହୀ ଙ୍କ ଅନବରତ ସେବାକୁ ସହର ବସି ପ୍ରଶଂସା କରିଛନ୍ତି। ତେବେ ସୋରଡା ବିଦ୍ୟୁତ ବିଭାଗ ର ମୋଟ ୧୬ ଜଣ କର୍ମଚାରୀ ଙ୍କ ଏହି ସ୍କ୍ରିନିଙ୍ଗ କରାଯାଇଛି। ସ୍କ୍ରିନିଙ୍ଗ ରେ ସମସ୍ତେ ସୁସ୍ଥ ଥିବା ଡାକ୍ତର ଅଜିତ ପାଣିଗ୍ରାହୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ