ବିଦ୍ୟୁତ୍ ଆଘାତରେ ଜଣେ ମୃତ

ହିଞ୍ଜିଳିକାଟୁ (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଞ୍ଜିଳି ଥାନା ସାପୁଆପଲ୍ଲୀ ଗ୍ରାମ ମନ୍ଦିର ପରିସରରେ ଶନିବାର ବିଦ୍ୟୁତ୍ ଆଘାତରେ ଜଣଙ୍କ ମୃତ୍ୟୁ ଘଟିଛି ମୃତକ ଜଣକ ପୁରୁଷୋତମପୁର ଥାନା ତଥା ହିଂଜିଳି ବ୍ଳକ ପୁଟିଆପଦର ଗ୍ରାମର ପ୍ରଶାନ୍ତ କୁମାର ଚୌଧୁରୀ (୪୪) । ତେବେ ଏ ନେଇ ହିଂଜିଳି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ପରିବାର ଲୋକେ ଶବଦାହ କରି ଦେଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ପୁଟିଆପଦର ଗ୍ରାମର ପ୍ରଶାନ୍ତ ଶନିବାର ସାପୁଆପଲ୍ଲୀ ଗ୍ରାମ ଜଗନ୍ନାଥ ମନ୍ଦିରକୁ ଦର୍ଶନ ସକାଶେ ଯାଇଥିଲେ ମନ୍ଦିର ପରିସରରେ ଓହଳି ରହିଥିବା ଏକ ବିଦ୍ୟୁତ ତାର ସଂପର୍ଶରେ ଆସି ଆଘାତ ପାଇ ପଡ଼ି ଯାଇ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଖବର ପାଇ ପରବିାର ଲୋକେ ଆସି ମୃତକଙ୍କୁ ନେଇ ଶବଦାହ କରି ଦେଇଥିବା ଜଣାପଡ଼ିଛି । ସଂପୃକ୍ତ ମନ୍ଦିରକୁ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରାଯାଇଥିବା ହିଂଜିଳିକାଟୁ ବିଦ୍ୟୁତ ଡ଼ିଭିଜନ ଏସଡ଼ିଓ ସତ୍ୟ ନାରାୟଣ ଦାସଙ୍କ ସୁତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ