ବିଦ୍ୟୁତ୍ ଆଘାତରେ ମାଙ୍କଡ ଗୁରୁତର
ବନ୍ତ(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକ ନିଳୋକ ବଜାର ଠାରେ ଏକ ମାଙ୍କଡ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଥିବା ବେଳେ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ମାନେ ଚିକିତ୍ସା କରିଥିବା ଜଣାଯାଇଛି । ରବିବାର ସକାଳ ସମୟରେ ମାଙ୍କଡଟି ୧୧କେ.ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଶକ୍ତ ଝଟକା ଲାଗି ତଳେ ପଡିଯାଇଥିଲା । ଖବର ପାଇ ପଶୁଧନ ନୀରିକ୍ଷକ କାହ୍ନୁ ଚରଣ ମିଶ୍ର, ସୋମନାଥ ନାୟକ ମାଙ୍କଡଟିର ପ୍ରାଥମିକ ଚିକିତ୍ସା କରିଥିଲେ । ତଳେ ପଡିଯିବା ଫଳରେ ମାଙ୍କଡଟିର ସ୍ପାଇନାଲ କଡ୍ରେ ଆଘାତ ଲାଗିଥିବାରୁ ଚାଲିବାକୁ ସକ୍ଷମ ହୋଇନଥିଲା । ପରେ ଧାମନଗର ବନ ବିଭାଗକୁ ଖବର କରାଯାଇଥିଲେ ମଧ୍ୟ କୌଣସି କର୍ମଚାରୀ ଆସିନଥିବା ଜଣାଯାଇଛି ।


