ବିଦ୍ୟୁତ୍ ଆଘାତରେ ଶ୍ରମିକ ମୃତ

ପୁରୀ(ଯୁଗାବ୍ଦ ନ୍ୟୁଜ୍): ରବିବାର ପୁରୀରେ ଜଣେ ଶ୍ରମିକ କାମ କରୁଥିବାବେଳେ ବିଦ୍ୟୁତ୍ ଆଘାତ୍ରେ ମୃତ୍ୟୁବରଣ କରିଛନ୍ତି । ମୃତକ ହେଲେ ଅନନ୍ତ ଦାସ ଓ ଘର ମଠ କାଦୁଆ । ଖବରରୁ ଜଣାଯାଇଛି ଯେ, ଟେଣ୍ଟ ହାଉସରେ କାର୍ଯ୍ୟ କରୁଥିବା ଅନନ୍ତ ଆଜି ସର୍ବୋଦୟ ନଗରରେ ଟେଣ୍ଟ କାର୍ଯ୍ୟ କରୁଥିଲା ବେଳେ ବିଦ୍ୟୁତ୍ ଆଘାତ୍ରେ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାପାଇଁ ପରିବାର ଓ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ